ସାନଖେମୁଣ୍ଡି ତହସିଲଦାର ହୋଟେଲ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ

358
ADVERTISEMENT

ପାଟପୁର, ୧୮/୩ (ସପନା ଦାଶ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଓ ପାଟପୁର ଥାନା ଏସଆଇ ଶୁଭ୍ରଜିତ ସାମନ୍ତରାୟ ସାନଖେମୁଣ୍ଡି ଅଞ୍ଚଳରେ ଥିବା ଫାଷ୍ଟଫୁଡ଼ ଦୋକାନ, ହୋଟେଲ, ମଦ ଦୋକାନରେ ଚଢ଼ାଉ କରିଛନ୍ତି। ପଳାସପୁର , ତିନିଛକ, ଡ଼େଙ୍ଗାଓସ୍ତl, କଙ୍କୋରଡା ଅଞ୍ଚଳରେ ରହି ଲୋକମାନଙ୍କୁ ସଚେତନ କରିବା ସହ ୧୪୪ଧାରା ସଂପର୍କରେ ବୁଝାଇଛନ୍ତି।

ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ରେ ତହସିଲଦାର ତେଜରାତି ଦୋକାନ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ଦେଇଛନ୍ତି l

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଚଢ଼ା ଦରରେ ବିକିଲେ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବ୍ୟବସାୟୀଙ୍କୁ ଚେତାଇ ଦେଇଛନ୍ତି।

Advertisement