ଦାରିଙ୍ଗବାଡି, ୧୭/୩ (ଡିଏଚ) : କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି ।
। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଦାରିଙ୍ଗବାଡି ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟେଟ ନିତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ସଦଳବଳେ କଫି ବଗିଚା ସମେତ ମିଡିୟୁବାନ୍ଦା ଜଳପ୍ରପାତରେ ପହଞ୍ଚି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଜିଲା ପ୍ରଶାସନର ୧୪୪ଧାରା ଜାରି କରି ଏକ ବଡ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ସେହିପରି ମାଜିଷ୍ଟେଟ ତ୍ରୀପାଠୀ ପୋଲିସ ନେଇ ଦାରିଙ୍ଗବାଡିର ସମସ୍ତ ହୋଟେଲରେ ପହଞ୍ଚି ଆଉ ନୂତନ ପର୍ଯ୍ୟଟକଙ୍କୁ ହୋଟେଲରେ ନ ରଖିବା ଏବଂ ଭିଡ ନ କରିବାକୁ ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।