କରୋନା ମୁକାବିଲା ପାଈଁ ଜରୁରୀ ବୈଠକ

216
ADVERTISEMENT

ବୋରିଗୁମ୍ମା,୧୭।୩(ଦୟାନିଧି ପଟ୍ଟନାୟକ): କୋରାପୁଟ ଜିଲ୍ଲା ପାଲଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଣୟରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଜୋରିରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରୁ ଜୟପୁର ବିଧାୟକ ପ୍ରତିନିଧି ଅଶୋକ ଗନ୍ତାୟତ, ଜିଲ୍ଲାପରିଷଦ ସଭ୍ୟ ଲାଡି, ନାରାୟଣ ରାଓ, ନବରଙ୍ଗପୁର ସାଂସଦ ପ୍ରତିନିଧି କେଶବ ପଣ୍ଡା, ଗ୍ରାମପଞ୍ଚାୟତ ଅଧିକାରୀ, ମତ୍ସ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ସ୍ଥାନୀୟ ବିଡ଼ିଓ ଏହି ମହାମାରୀ ମୁକାବିଲା ପାଈଁ ଜରୁରୀ ଆବଶ୍ୟକ ଉପରେ ଉଲ୍ଲେଖ କରିଥିଲେ । ଏହି ମାସ ୧୯ ତାରିଖରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରରେ ସଚେତନ ବୈଠକ ଅନୁଷ୍ଠିତ କରିବା ପାଈଁ ପ୍ରତ୍ୟେକ ଉପସ୍ଥିତ ସରପଞ୍ଚ, ସମିତିସଭ୍ୟ ଏବଂ ନିର୍ବାହୀ ଅଧିକାରୀ ମାନଙ୍କୁ ବିଡ଼ିଓ ନିବେଦନ କରିଥିଲେ ।

Advertisement