ନୂଆଦିଲ୍ଲୀ,୧୬।୩(ଲକ୍ଷ୍ମୀ ବେବର୍ତ୍ତା) : ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ଦିଲ୍ଲୀ ଆନୁକୂଲ୍ୟରେ ଗତକାଲି ତୃତୀୟ ସନାତନ ଧର୍ମ ସମ୍ମିଳନୀ, ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ନାମଯଜ୍ଞ, ପ୍ରବଚନ, ଭଜନ କୀର୍ତ୍ତନ ସହ ସନ୍ଧ୍ୟା ରେ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସ୍ଥାନୀୟ ତ୍ୟାଗରାଜନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପ୍ରତ୍ୟୁଷ ରୁ ଆୟୋଜିତ ହୋଇଥିବା ଏହି ପବିତ୍ର କାର୍ଯ୍ୟକ୍ରମ ରେ ପୁରୀ ର କରମଳାଧାମ ରୁ ଆସିଥିବା ପୂଜ୍ୟ ବାବାଜୀ ହରେକୃଷ୍ଣ ଦାସ, ବାବାଜୀ ବନବିହାରୀ ଦାସ, ବାବାଜୀ କେଶବl ନନ୍ଦ ଦାସ, ଏବଂ ବାବାଜୀ ଶ୍ରୀ ଦିବ୍ୟଚୈତନ୍ୟ ଦାସ ପ୍ରମୁଖ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ଷୋଡଶଉପଚାର ପୂଜା, ମଙ୍ଗଳ ଆରତୀ, ବାଲ୍ୟଧୂପ,ମାଧ୍ୟାନ୍ନ ଧୂପ ସହ ଅନ୍ୟନ୍ୟ ନୀତି ସମ୍ପନ୍ନ କରିବା ସହ ଠାକୁର ଙ୍କ ଭାବଧାରା, ଜୀବନl ଦର୍ଶନ ଉପରେ ପ୍ରବଚନ ଦେବା ସହ ଠାକୁର ଙ୍କ ବିଭିନ୍ନ ସୁମଧୁର ଭଜନ ପରିବେଷଣ କରିଥିଲେ. ସନ୍ଧ୍ୟା ରେ ଦିଲ୍ଲୀ ଜୋନାପୁରର ଅଭିନ୍ନସୁନ୍ଦର କଳାପରିଷଦର କୁନି କୁନି ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ଓଡିଶୀ, କଥକ, ସମ୍ବଲପୁରୀ ନୃତ୍ୟ ଓ ଅନ୍ୟlନ୍ୟ କଳାକାରଙ୍କ ଦ୍ୱାରା ପରିବେଷଣ ଭଜନ ଭକ୍ତ ଭାବମୟ ପରିବେଶ ସୃଷ୍ଟି କରିଥିଲା. ସନ୍ଧ୍ୟାରେ ସ୍ଥାନୀୟ କସ୍ତୁରୀଵା ନଗର ମାନ୍ୟବର ବିଧାୟକ ମଦନଲାଲ ଏଥିରେ ଅଥିତି ଭାବେ ଯୋଗଦେଇ ଏହିଭଳି ଏକ ଆଧ୍ୟାତ୍ମିକ ଉତ୍ସବରେ ଯୋଗ ଦେଇ ନିଜକୁ ସୋଭାଗ୍ୟ ମନେ କରିବା ସହ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ନିଜ ନିର୍ବାଚନ କ୍ଷେତ୍ରରେ ଏହିଭଳି ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇ ଆମର ମହାନ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଦିଗ ରେଅଭିରାମ ସାଂସ୍କୃତିକ କେନ୍ଦ୍ରର ଉଦ୍ୟମକୁଓ ଏହାର କର୍ମକର୍ତ୍ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଠାକୁରଙ୍କ ପ୍ରବଚନ ନାମ ସଂକୀର୍ତନ,ଓ ଭଜନ, କୀର୍ତ୍ତନ ଶ୍ରବଣ କରିବା ଦ୍ୱାରା ମନୁଷ୍ୟ ଜୀବନ କୁ ଆଧ୍ୟାତ୍ମିକ ମାର୍ଗ ମିଳିବା ସହ ବିଭୁକୃପା ପ୍ରାପ୍ତ ହୋଇଥାଏ ବୋଲି କହିବା ସହ ଆଜିର ପରିବେଷଣ ହୋଇଥିବା ସମସ୍ତ ନୃତ୍ୟ ବେଶ ଉଚ୍ଚକୋଟୀର ହୋଇଛି ବୋଲି କହିଥିଲେ. ପରିଶେଷରେ ମାନ୍ୟବର ବିଧାୟକ ଶ୍ରୀ ମଦନଲାଲ ଆଗନ୍ତୁକ ସାଧୁସନ୍ଥ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶିଶୁ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଦିଲ୍ଲୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ର ସଭାପତି ବିଜୟ କୁମାର ସାମଲ, ଓଡିଶା ର ଧର୍ମ ଓ ଆଧ୍ୟାତ୍ମିକ ଚେତନାର ଜାଗରଣ କ୍ଷେତ୍ର ରେ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅଲୌକିକ ଶକ୍ତି, ଲୀଳା ସମ୍ପର୍କରେ ମତବ୍ୟକ୍ତ କରିବା ସହ ଆଗାମୀ ଦିନ ରେ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଠାକୁର ଙ୍କ ଭାବଧାରା, ଆଦର୍ଶ, ନୀତି ଓ ତାଙ୍କ ପ୍ରଚାରରିତ ଅମୃତ ବାଣୀ କୁ ବିଶ୍ୱ ଦରବାର ରେ ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ଉଦ୍ୟମ ଜାରି ରଖିବ ବୋଲି ମତବ୍ୟକ୍ତ କରିଥିଲେ. ଏହି ମହାର୍ଘ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଝିଲ୍ଲୀମିଲି ତଥା ସାହାଦରା ଶ୍ରୀ ଜଗନ୍ନାଥ ମନ୍ଦିର ର ଅଧକ୍ଷ ସୁକାନ୍ତ କୁମାର ବିଶ୍ୱାଳ, ତ୍ୟାଗରାଜନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ କାମଦେବ ବିଶ୍ୱାଳ,ମନ୍ଦିର ଉପସଭାପତି ଡ଼ି.ଏନ. ସାହୁ,ଶ୍ରୀ ନୀଳାଚଳ ସେବାସଙ୍ଘ ର କୋଷାଧକ୍ଷ ରବିନାରାୟଣ ସାମଲ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ବେବର୍ତ୍ତl, ପ୍ରମୁଖ ଏଥିରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ବିଜୟ ସାମଲ, ଉମେଶ ରାହୁଳ, ତ୍ରିଲୋଚନ ଜେନା, ସୋମ୍ୟଶ୍ରୀ ନାୟିକ, ଦୁର୍ଯ୍ୟୋଧନ ପ୍ରଧାନ ଓ ଅନ୍ୟlନ୍ୟ କର୍ମକର୍ତ୍ତା ପରିଚାଳନା କରିଥିଲେ। ପ୍ରାୟ ଚାରିସତ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ, ଭକ୍ତ ଏଥିରେ ଯୋଗ ଦେଇଥିବା ବେଳେ ଆୟୋଜକକାରିଙ୍କ ତରଫରୁ ସମସ୍ତଙ୍କ ପାଇଁ ମାଧ୍ୟାନ୍ନ ଓ ରାତ୍ରୀ ପାଇଁ ସମୂହ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା ।