ବାଲେଶ୍ଵର,୧୬/୩(ନରେନ୍ଦ୍ର ପ୍ରସାଦ ବେହେରା): ସଂଯୋଗୀ ସଜଫୁଲର ସଂସଦର ସଭାପତି ଉପେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ସଂସଦର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇ ଆଗାମୀ ଚଳିତ ବର୍ଷ ଏପ୍ରିଲ ମାସ ୧୯ତାରିଖ ରବିବାର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥିଲା । ଏହି ଉତ୍ସବରେ ରାଜ୍ୟସ୍ତରୀୟ ସାହିତ୍ୟିକ ଓ ସାହିତ୍ୟିକାମାନେ ଯୋଗଦେଇ ନିଜ ନିଜର ସ୍ବରିତ କବିତା ପାଠକରି ପାରିବାର ସୁଯୋଗ ପାଇପାରିବେ ବୋଲି ସ୍ଥିର ହୋଇଥିଲା । ଏଥିରେ ଅତିଥିଭାବେ କଟକରୁ ପ୍ରକାଶିତ ସଂସାର ପତ୍ରିକାର ସମ୍ପାଦିକା ଅନସୂୟା ନନ୍ଦ, ପାରାଦୀପ ଇଫୋକର ପ୍ରବନ୍ଧକ, ମାନବସମ୍ବଳ ବିଭାଗର ଜ୍ଞାନଚାନ୍ଦ ଆଚାର୍ଯ୍ୟ କେନ୍ଦୁଝରର ବରିଷ୍ଠ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀ ଓ ଚିନ୍ତାମଣି ମହାଳିକ, ଶିଶୁ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ରାମଚନ୍ଦ୍ର ନାଏକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଅତିଥିଭାବେ ଯୋଗଦେବା ପାଇଁ ସହମତି ପ୍ରଦାନ କରିଥିବାର ଅନୁଷ୍ଠାନର ସମ୍ପାଦକ ବାବୁଲାଲ ପଲେଇ ବୈଠକରେ ପ୍ରକାଶ କରିଥିଲେ ।