ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

210
ADVERTISEMENT

କୋରାପୁଟ,୧୩।୩(ଦୟା ନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ନିମନ୍ତେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋଟପାଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦାନ କରିଥିବା ବେଳେ ବୋରିଗୁମ୍ମା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶତୃଘ୍ନ ଖଣ୍ଡା ସଭାପତି, ଓ ଶ୍ରୀ ସୁବାସ ଚନ୍ଦ୍ର ମାଝୀ ଓ ଭଗବାନ ମାଝି ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୀରାବାଇ ବେହେରା ଯୋଗଦେଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଥ୍ରୋଇଂ ବଲ୍, ଜିଲାପି ରେସ୍, ସ୍ପୁନ ପଟାଟୋ ରେସ୍, ବାସ୍କେଟ୍ ବଲ୍, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସମସ୍ତ କାର୍ଯ୍ୟ ରତ ଆଞ୍ଚଳିକ ସାଧନ କର୍ମୀ ଓ ସଂଯୋଜକ ଯୋଗ ଦେବା ସହ ବୋରିଗୁମ୍ମା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୀମାଞ୍ଚଳ ଦାଶ, ସ୍ବେତ ବସନ୍ତ ଗୌଡ, ଅଭୟ କୁମାର ମହାନ୍ତି ,ନନ୍ଦିନୀ ବଡଜେନା, ଜଗଦୀଶ ମେହେର, ମଧୁସ୍ମିତା ଗିରି ତଥା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Advertisement