ନୂଆଦିଲ୍ଲୀ, ୭/୩(ଡ଼ି ଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗଠାରେ ନାରୀ ଶକ୍ତି ବିଜେତାଙ୍କ ସହ ମତ ବିନିମୟ କରିବେ ।
ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟର ପରିଚାଳନା ଦାୟିତ୍ଵ ମହିଳାଙ୍କ ହାତରେ ରହିବ । #SheInspiresUs.
ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ସକାଳେ ଏକ ସମାରୋହରେ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିବେ ।
ପ୍ରତିବର୍ଷ ରାଷ୍ଟ୍ରୀୟ ପୁରସ୍କାର ବ୍ୟକ୍ତିବିଶେଷ, ଗୋଷ୍ଠୀ, ସଂସ୍ଥାକୁ ପ୍ରଦାନ କରାଯାଇଥାଏ, ଯେଉଁମାନେ ବିଶେଷ ଭାବେ ବଞ୍ଚିତ ଓ ଦୁର୍ବଳ ଶ୍ରେଣୀର ମହିଳାଙ୍କ ସଶକ୍ତିକରଣ ଦିଗରେ ବିଶେଷ କାର୍ଯ୍ୟ କରିଥାନ୍ତି ।