ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଖୋଲିଲା ଉଭିବ୍ଦ ବିଜ୍ଞାନ ସ୍ନାତକୋତର ଓ ଦର୍ଶନଶାସ୍ତ୍ର ସ୍ନାତକ ବିଭାଗ ପାଠ୍ୟକ୍ରମ

207
ADVERTISEMENT

ହିଂଜିଳିକାଟୁ, ୨/୭ (ଶେଷଦେବ ସାହୁ): ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଉଭିବ୍ଦ ବିଜ୍ଞାନ ସ୍ନାତକୋତର ଓ ଦର୍ଶନଶାସ୍ତ୍ର ସ୍ନାତକ ବିଭାଗ ପାଠ୍ୟକ୍ରମ ଖୋଲିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା କଲେଜ କର୍ତୁପକ୍ଷଙ୍କ ସୁତ୍ରରୁ ପ୍ରକାଶ । ସଂପୃକ୍ତ ମହାବିଦ୍ୟାଳୟରେ ଉଭିବ୍ଦ ବିଜ୍ଞାନ ସ୍ନାତକୋତର ଓ ଦର୍ଶନଶାସ୍ତ୍ର ସ୍ନାତକ ବିଭାଗ ପାଠ୍ୟକ୍ରମ ଖୋଲିବା ପରେ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏଚ୍. ଚନ୍ଦ୍ରଶେଖର ପୃଷ୍ଟି କହିଛନ୍ତି । ଏହି ଅବସରରେ ଅଞ୍ଚଳବାସୀ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଏଥି ସକାଶେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଖଲିକୋଟ ରାଣୀ ସାହେବା ଭି. ସୁଜ୍ଞାନି କୁମାରୀ ଦେଓ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାଶ ଓ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିଁର୍ଧେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପୃଷ୍ଟି କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି, ଚଳିତ ଶିକ୍ଷା ବର୍ଷ ଠାରୁ ସେଲ୍ଫ ଫାଇନାନ୍ସ କୋର୍ସ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇ ଅଧ୍ୟୟନର ସୁବିଧା ପାଇପାରିବେ ।

Advertisement