ବୋରିଗୁମ୍ମା,୬/୩ (ଦୟାନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପରିସରରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ତଥା ବ୍ଲକ ସ୍ତରୀୟ ପଞ୍ଚାୟତ ରାଜ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଡ଼ିଓ ପ୍ରଣୟରଞ୍ଜନ ବେହେରା ପ୍ରବାଦ ପୁରୁଷଙ୍କ ପଟ ଚିତ୍ରକୁ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ଵୀପପ୍ରଜ୍ୱଳନ କରିଥିଲେ, ଏହା ପରେ ବୋରିଗୁମ୍ମା ହାଇସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହା ପରେ ଜିପିଓ ସୁବାଷ ଚନ୍ଦ୍ର ମିଶ୍ର ଶୋଭାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ନୂଆଗାଁ ସେବାଶ୍ରମ ଛାତ୍ରୀ ମାନଙ୍କ ଦ୍ୱାରା କୋରାପୁଟିଆ ଆଦିବାସୀ ମାନଙ୍କ ଚାଲି ଚଳଣ ଓ ପରମ୍ପରାକୁ ନେଇ ନୃତ୍ୟ ପରିବେଷଣ କରିବା ସାଙ୍ଗକୁ ସ୍ଵଚ୍ଚ ଭାରତ ଉପରେ ଏକ ନୃତ୍ୟ ପରିବେଷଣ କରିଥିଲେ । ବ୍ଲକରେ ଭାଲ କାର୍ଯ୍ୟ କରିଥିବା ଜେଇ ଜୀଏନ ପାତ୍ର ଏବଂ ଜେଇ ଖିରୋଦ ବେହେରାଙ୍କୁ ଟ୍ରଫିରେ ପୂରୁସ୍କୃତ କରାଯାଇଥିଲା । ବୋରିଗୁମ୍ମା ଥାନାର ହୋମଗାର୍ଡଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ଜି. ପ୍ରଶାନ୍ତ ରାଓଙ୍କୁ ପୁରଷ୍କାର ପ୍ରାପ୍ତ ବ୍ଲକ ପ୍ରଶାସନ ଟ୍ରୋଫି ଦେଇ ସମ୍ମାନ କରିଥିଲା ଏବଂ ଉତ୍ତମ ସେବା ପଇଁ ବ୍ଲକ ଅବର୍ଜନା ଗାଡି ଚାଳକ ବାପିଙ୍କୁ ପୁରଷ୍କାର ଦିଆ ଯାଇଥିଲା ।