କୋରୋନା ଭୂତାଣୁ ସଂକ୍ରାନ୍ତରେ ସଦ୍ୟତମ ସୂଚନା

556
ADVERTISEMENT

ନୂଆଦିଲ୍ଲୀ,୬/୩ (ପିଆଇବି) : ଦେଶରେ ମୋଟ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୩୦ରେ ପହଁଚିଛି । ଏମାନଙ୍କ ମଧ୍ୟରେ କେରଳର ୩ଜଣ ସଂକ୍ରମିତ ରହିଛନ୍ତି ଯେଉଁମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ଦିଲ୍ଲୀ ଏବଂ ଏନସିଆରର ତିନି ଜଣ ସଂକ୍ରମିତ ଅଛନ୍ତି, ଏମାନଙ୍କ ମଧ୍ୟରୁ ଦୁଇ ଜଣ ଇଟାଲୀ ଓ ଜଣେ ଇରାନ ଗସ୍ତରୁ ଫେରିଛନ୍ତି ।
ଇଟାଲୀ ଗସ୍ତରୁ ଫେରିଥିବା ପ୍ରଥମ ଦିଲ୍ଲୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ସଂକ୍ରମିତ ଅଛନ୍ତି । ଦୁବାଇ ଗସ୍ତରୁ ଫେରିଥିବା ଏବଂ ସିଙ୍ଗାପୁର ସହ ସମ୍ପର୍କ ଥିବା ତେଲଙ୍ଗାନାରୁ ଜଣେ ଏବଂ ୧୬ ଜଣ ଇଟାଲୀୟ ପର୍ୟ୍ୟଟକ ଏବଂ ଏହି ପର୍ୟ୍ୟଟକମାନଙ୍କ ସହିତ ଥିବା ଜଣେ ଭାରତୀୟ ମଧ୍ୟ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ।

ଏହାବ୍ୟତୀତ ତେଲଙ୍ଗାନାର ଦୁଇ ସନ୍ଦିଗ୍ଧଙ୍କ ରକ୍ତନମୁନା ପୁଣେ ସ୍ଥିତ ଏନଆଇଭିରେ ପରୀକ୍ଷଣ ହେବା ପରେ ନେଗେଟିଭ ଆସିଛି । ୧୪ ଇଟାଲୀୟ ପର୍ୟ୍ୟଟକଙ୍କ ସମେତ ସମସ୍ତ ଭାରତୀୟ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି ତଥା ସେମାନଙ୍କୁ ନିରୀକ୍ଷଣ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ସମସ୍ତ ବିମାନ ବନ୍ଦରରେ ୬୫୫୦ଟି ବିମାନରେ ଆସିଥିବା ୬,୪୯,୪୫୨ ଜଣ ଯାତ୍ରୀଙ୍କର ଯାଞ୍ଚ କରାଯାଇଛି । ଏହା ବ୍ୟତୀତ ୨୯,୬୦୭ ଜଣ ବ୍ୟକ୍ତିଙ୍କୁ ଆଇଡିଏସପି ସାମୁଦାୟିକ ନିରୀକ୍ଷଣ ଏବଂ ସଂଯୋଗ ଚିହ୍ନଟ ବ୍ୟବସ୍ଥାରେ ରଖାଯାଇଛି ।

Advertisement