ବୋରିଗୁମ୍ମା,୧।୩,( ଦୟାନଧି ପଟନାୟକ) :– କୋରାପୁଟ ଜିଲା ବୋରିଗୁମ୍ମା ସ୍ତିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପଞ୍ଚଦଶ ବାର୍ଷିକ ଉତ୍ସବ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ବାବୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି, ମୂଖ୍ୟ ବ୍ୟକ୍ତା ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମାଝି, ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଯୁକ୍ତ ରାମଚନ୍ଦ୍ର ପାଢୀ,ଶ୍ରୀ ଯୁକ୍ତ ଅଶୋକ କୁମାର ଗନ୍ତାୟତ, ଶ୍ରୀଯୁକ୍ତ ତ୍ରିନାଥ ଘାସି ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରୁ ବିଦ୍ୟାଳୟର ଏକ ନୂତନ ଶ୍ରେଣି ଗୃହକୁ ବିଧାୟକ ତାରାପ୍ରସାଦ ବାହିନୀପାତି ଉଦଘାଟନ କରିଥିଲେ। ଏହାପରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଏନ. କାମେଶ୍ବର ରାଓ।କାର୍ଯ୍ୟକ୍ରମରେ କୁନି କୁନି ଶିଶୁ ମାନଙ୍କୁ ଏକ ଉତ୍ତମ ନାଗରିକ ତିଆରି କରିବା ସଙ୍ଗେ ସଙ୍ଗେ ଆଦର୍ଶ ଛତ୍ର ତିଆରି କରିବାରେ ଏହି ଶିକ୍ଷାକେନ୍ଦ୍ରର ଦାଇତ୍ୱ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ସୁବାସ ଚନ୍ଦ୍ର ମାଝୀ ଓ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ନିଜ ଅଭିଭାଷଣରେ ଆଜିକାଲି ବେସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷକ, ଶିକ୍ଷାୟତ୍ରୀ ମାନେ କମ ଦରମା ପାଇ ମଧ୍ୟ ନିଜର ଦାଇତ୍ୱକୁ ସୁଚାରୁ ରୂପରେ ତୁଲାଉଛନ୍ତି ଯାହାକି ପ୍ରଶଂସନୀୟ ବୋଲି କହିଥିବା ବେଳେ ଯଦି ସରକାରୀ ବିଦ୍ୟାଳୟ ଗୁଡିକରେ ଉଚ ଦରମା ପାଇ ମଧ୍ୟ ଶିକ୍ଷକ ଶିକ୍ଷାୟତ୍ରୀ ମାନେ ସେତିକି କଷ୍ଟ ପଡୁ ନାହାନ୍ତି ବୋଲି ସରକାରୀ ବ୍ୟବସ୍ତାକୁ ସମାଲୋଚନା କରିଥିଲେ । ସେପଟେ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସଙ୍ଗେ ସଙ୍ଗେ ,ଲାଇବ୍ରେରୀ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଛତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଏହାକୁ ଦେଖିବାକୁ ସମସ୍ତ ଅଭିବାବକ ଏବଂ ଦର୍ଶକ ବସିରହିଥିଲେ। ସମସ୍ତ କାର୍ଯ୍ୟ କ୍ରମକୁ ଉପ- ସଭାପତି ଡମ୍ବରୁଧର ନାୟକ,ସହ- ସମ୍ପାଦକ ବିଘ୍ନେଶ୍ୱର ଷଡ଼ଙ୍ଗୀ , ସଭ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ ଏବଂ ଅଧ୍ୟକ୍ଷ ବାବୁଭାଇ, ସମସ୍ତ ଅପା ପରିଚାଳନା କରିଥିଲେ ।