ବୋରିଗୁମ୍ମା,୧।୩,(ଦୟାନିଧି ପଟନାୟକ) : ପାଣିରେ ବୁଡି ୩ ଜଣ ଛାତ୍ରଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଖବର ଆସିଛି କୋରାପୁଟ ସରକାରୀ ମହାବିଦ୍ୟାଳୟରୁ ଜନ୍ମଦିନ ପାର୍ଟି କରିବାକୁ ନିକଟସ୍ଥ କୋଲାବ ନଦୀକୁ ଯାଇଥିଲେ, ସେହି ପାଣିରେ ବୁଡି ଯୁକ୍ତ ତିନି ଦ୍ଵିତୀୟ ବର୍ଷ କମ୍ପୁଟର ଛାତ୍ର ରମାକାନ୍ତ ପଟନାୟକ ମାଲକାନଗିରି, ସନ୍ଦୀପ ପୂଜାରୀ ଗବିନ୍ଦପାଲି ଓ ମନମତ ସାସମଲ ବୁଗୁଡା ଏହି ତିନି ସାଙ୍ଗ ସକାଳୁ ଜନ୍ମ ଦିନ ପାଳନ କରିବାକୁ ଯାଇଥିଲେ । ତେବେ ଘଂଟାଏ ପରେ ଖବର ମିଳିଲା ଯେ ତିନି ଜଣ ପାଣିରେ ବୁଡିଛନ୍ତି । ତେବେ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଏସ.ଏଲ.ଏନ ମେଡିକାଲ କଲେଜ ଆଣିବା ପରେ ଡାକ୍ତର ମୃତ ଘଷଣା କରିଛନ୍ତି । ତେବେ ବର୍ତମାନ ପ୍ରସାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,ଉପଜିଲ୍ଲାପାଳ ଲଳିତ କୁମାର କହଁର,ପୁଲିସ ଏସଡି.ପି.ଓ ବଳଭଦ୍ର ଦୀପ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି । ଜିଲା ପ୍ରସାସନ ପକ୍ଷରୁ ୧0 ହଜାର ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ତେବେ ଘଟଣା କିଭଳି ଘଟିଲା କାରଣ ଅସ୍ପଷ୍ଟ ହିଇଥିବା ବେକେ ତଦନ୍ତ ଚାଲିଥିବା ଏସଡି.ପି.ଓ କହିଛନ୍ତି । ସେପଟେ ସେପଟେ ସାଥୀଙ୍କ ମୃତ୍ୟୁ ପରେ ଛାତ୍ରଛାତ୍ରୀ ମଧ୍ୟରେ ଗଭୀର ଆଘାତ ଦେଇଛି ।