କଟକ,୨୫।୨,(ରାକେଶ ରୋଶନ) : କମିଶନରେଟ ପୋଲିସ ଅଧୀନରେ ଥିବା କଟକ ମହିଳା ଥାନା ଓ ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର ତରଫରୁ କଟକ ସହରର ୩୪ ନମ୍ବର ୱାର୍ଡ ର ମାଛୁଆ ବଜାର ଶଶୀକଳା ପ୍ୟାଲେସରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ପ୍ରଶ୍ନୋ ଭିତ୍ତିକ ଆଲୋଚନା ଚକ୍ରରେ ମହିଳା ମାନେ ନିଜର ସମସ୍ୟା ପୋଲିସ ଅଧିକାରୀ ମାନଙ୍କୁ ଜଣାଇଥିଲେ।