ବାଲେଶ୍ଵର,୨୫।୨(ନରେନ୍ଦ୍ର ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ତାଳମହୁରି ଗ୍ରାମରେ ଥିବା ଉପ୍ରା ବିଦ୍ୟାଳୟ ପରିସରରେ ସ୍ବେଚ୍ଛାସେବୀ ହରେକୃଷ୍ଣ ବେହେରାଙ୍କ ପୌରହିତ୍ଯରେ ବ୍ଲକ ସ୍ତରୀୟ ପଡୋଶୀ ଯୁବଯୁବା ପାର୍ଲିଆମେଣ୍ଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ଯକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରମେଶ୍ବର ପାଢୀ ଜୀବନରେ ଯୋଗର ଆବଶ୍ୟକତା ଉପର ବୁଝାଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଜେନା ବେଟି ବଞ୍ଚାଅ ବେଟି ପଢାଅ ଓ ଅଧ୍ଯାପକ ଆଲୋକ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ବେଚ୍ଛାସେବୀକା ସବିତା ବେହେରା ପ୍ରଥମେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଏଥିରେ ଶତାଧିକ ଯୁବଯୁବା ଯୋଗଦେଇ ବକ୍ତାମାନଙ୍କର ବକ୍ତବ୍ୟ ଶୁଣିଥିଲେ । ଶେଷରେ ଧନ୍ୟବାଦ ପରେ କାର୍ଯ୍ୟକ୍ରମର ଅନ୍ତ ଘଟିଥିଲା ।