ଅଗ୍ନିକାଣ୍ଡରେ ୩ଶିଶୁ ମୃତ,୧ଗୁରୁତର

166
ADVERTISEMENT

ବ୍ରହ୍ମପୁର,୨୩/୨: (ହିମାଂଶୁ ପାଢୀ): ପାଳଗଦାରେ ନିଆଁଲାଗି ୩ ଶିଶୁ ମୃତ । ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ । ରବିବାର ସକାଳେ ପାଳଗଦା ନିକଟରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୪ ଶିଶୁ ନିଆଁରେ ପୋଡି ଗୁରୁତର ହୋଇ ପ୍ରଥମେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଏବଂ ଜଣେ ନାବାଳିକା ଥିଲା । ସମସ୍ତଙ୍କ ବୟସ ୭ ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ୩ ଶିଶୁ ପ୍ରାଣ ହରାଇଛନ୍ତି । ମୃତକ ଦୀପକ ଗୌଡ, ସାଇରାମ ଜାନି ଓ ଇତିଜେନା । ତେବେ ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଛି । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ମୃତକଙ୍କୁ ପରିବାରଙ୍କୁ ସମାବେଦନା ଜଣାଇବା ସହ ସେହି ପରିବାରକୁ ୪ଲଷ ଟକାଂର ଅନୁକମ୍ପାରାଶି ମଧ୍ୟ ଘୋଷଣା କଲେ।

Advertisement