ବଲାଙ୍ଗୀର,୨୨।୨(ସୁନୀଲ ତ୍ରୀପାଠୀ) :ସୋନପୁରରେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଉଲୁଣ୍ଡା ସମ୍ବଲପୁର ରାଜପଥ ନିକଟ ମେଟାକାନି ଛକରେ ଏକ ବ୍ୟାଣ୍ଡପାର୍ଟି ପିକଅପ ଓ ଟ୍ରକ ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି l ଆହତଙ୍କୁ ଉଲୁଣ୍ଡା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସୋନପୁର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l