ପୁରୀ/ଗୋପ୨୧।୨(ପ୍ରଭାତ ନାୟକ) : ଆଜି ମହା ଶିବରାତ୍ରି ଉପଲକ୍ଷେ ପୁରୀ ଜିଲ୍ଲା ଦିହୁଡା ଗ୍ରାମର ପ୍ରଭୁ ନୀଳକଣ୍ଠେଶ୍ୱରଙ୍କଠାରେ ଭୋର ଚାରିଟା ଠାରୁ ପୂଜା ଆଳତି ଆରମ୍ଭ ହୋଇଛି l ଏଠାକୁ ପ୍ରାୟ ଲକ୍ଷାଧିକ ଭକ୍ତ ସାରା ଓଡିଶାରୁ ଆସିଥାନ୍ତି l ପୁଲିସ ପ୍ରଶାସନ ପକ୍ଷରୁ ଗୋପ ପୋଲିସ ସମସ୍ତ ଭକ୍ତ ମାନଙ୍କୁ ନିୟନ୍ତ୍ରଣରେ ରଖି ପୂଜା ଆରାଧନାରେ ସହଯୋଗ କରି ପରିସ୍ତିତିକୁ ନିୟନ୍ତ୍ରଣରେ ରଖି ଥାନ୍ତି l ଏହା ଏକ ଅନାଦି କାଳରୁ ହୋଇ ଆସୁଥିବାରୁ ଏହା ଏକ ଲୋକଙ୍କର ଆସ୍ଥା ହୋଇରହିଛି l ଏଠାରେ ସମସ୍ତ ବିଷଧର ଜନ୍ତୁ କାମୁଡ଼ା ଲୋକଙ୍କୁ ଠାକୁରଙ୍କର ପାଦୁକ ଦେଇ ସୁସ୍ଥ କରାଯାଏ l ଏହି କାର୍ଯ୍ୟକୁ ବାବାଜୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଝଡା ଫୁଙ୍କା କରି ସୁସ୍ଥତା ଦେଇଥାନ୍ତି l ଏହି କାର୍ଯ୍ୟକୁ ତୁଲାଇବା ପାଇଁ ଦିହୁଡା ଗ୍ରାମର କମିଟି ଲୋକମାନେ ସହଯୋଗ କରିଥାନ୍ତି l