ଶିକ୍ଷୟତ୍ରୀ ଫୋନରେ କଥା ହେଲେ : ଛାତ୍ର ଜଣକ ଅଭିଯୋଗ କଲାପରେ ନିର୍ଦ୍ଧୁମ ମାଡ ଖାଇଲେ

386
ADVERTISEMENT

ପଦ୍ମପୁର,୧୮/୨( କୁଞ୍ଜ ବିହାରି ସାହୁ) : ଦଣ୍ତ ମୁକ୍ତ ଅଂଚଳରେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ ମାରିଲେ ଶିକ୍ଷୟତ୍ରୀ । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ ମାରିଲେ ସ୍କୁଲ ଶିକ୍ଷୟତ୍ରୀ । ସ୍କୁଲ ଶିକ୍ଷୟତ୍ରୀ ଅନିତା ସାଗର ପାଠ ପଢାଇବା ଛାଢି ମୋବାଇଲ ଫୋନରେ କଥା ହେଉଥିଲେ । ଏହାକୁ ନେଇ ତୃତୀୟ ଶ୍ରେଣୀର ଛାତ୍ର ଆଶିଷ ନାୟକ ଶିକ୍ଷୟତ୍ରୀଙ୍କୁ ମେଡମ ଆପଣ କଣ ପାଇ ଫୋନରେ କଥା ହେଉଛନ୍ତୁି ପାଠ ପଢାଇବା ଛାଡି କି । ତେଵେ ଛାତ୍ର ଜଣକ ଶିକ୍ଷୟତ୍ରୀଙ୍କୁ ଏତିକି କହିବା ପରେ ଉକ୍ତ ଶିକ୍ଷୟତ୍ରୀ ‍ଅନିତ ସାଗର ରାଗୀ ଯାଇ ଉକ୍ତ ଛାତ୍ରକୁ ନିର୍ଦ୍ଧୁମ ମାଡ ମାରିଥିଲେ । ଶିକ୍ଷୟତ୍ରୀ ଜଣକ ଛାତ୍ରଙ୍କ ପଛ ପଟେ ମୋଟା ରୋଲ ବାଡିରେ ମାଡ ମ‍ାରି ଥିଲେ । ଫଲରେ ଛାତ୍ରଙ୍କ ପଛ ପିଟି ‍ଆଘାତ ଲାଗିଥିବା ଚିହ୍ନ ରହିଛି । ତେବେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ ମାରିବା ପରେ ଛାତ୍ର ଜଣକ ଚେତା ଶୃନ୍ୟ ହୋଇଥିଲେ ପରେ ଛାତ୍ରଙ୍କୁ ସ୍ଥାନୀୟ ଗ୍ରାମ ବାସି ମେଡିକାଲରେ ଭର୍ତ୍ତି କରିଥିଲେ । ତେଵେ ଏନେଇ ଉକ୍ତ ଛାତ୍ରଙ୍କ ପରିବାର ଲୋକେ ମେଲଛାମୁଣ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

Advertisement