କୋରାପୁଟ,୧୭/୨(ସୁନୀଲ ଦାଶ ): କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ସଡରଙ୍ଗା ପଞ୍ଚାୟତ ବରଣ୍ଡି ଗ୍ରାମର ଇନ୍ଦ୍ରାବତୀ ନଦୀ ଆଖ ପାଖର ଲୋକେ ଏବେ ଭୟରେ ଦିନ ବିତାଉଛନ୍ତି । ବରଣ୍ଡି ଗ୍ରାମର ଲୋକେ ନା ମିଳିଛି ସରକାରୀ ସହାୟତା ନା ମିଳିଛି ଖଣ୍ଡିଏ ଘର ଗ୍ରାମ ବାହାରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏବେ ଭୟରେ ବିତାଉ ଛନ୍ତି ଜୀବନ ଦିର୍ଘ ୪୦ ବର୍ଷ ହେଲା ଧୀରେ ଧୀରେ ଗ୍ରାମ ଆଡକୁ ନଦୀ ମୁହାଣ ମାଡି ଚାଲିଛି । ବହୁ ଥର ସରକାରଙ୍କ ନିକଟରେ ଗ୍ରାମବାସୀ ଗୁହାରି କରିଥିଲେ l ନଦୀ ନିକଟରେ ପଥରେ ସଜେଇ ଗଡିବା ପାଇଁ କିନ୍ତୁ ସରକାର ଏ ପର୍ଯ୍ୟନ୍ତ ଶୁଣି ନାହାଁନ୍ତି ବୋଲି ଗ୍ରାମବାସୀଙ୍କ ଦୁଃଖ। ଗ୍ରାମବାସୀ ଏହି ସ୍ଥାନରେ ୮୦ ପରିବାର ଘର ବାଡି କରି ଜୀବନ ବିତାଉଥିଲେ କିନ୍ତୁ ବର୍ଷା ଦିନ ଆସିଲେ ଧୀରେ ଧୀରେ ନଦୀ ପାଖରେ ଥିବା ଘର ଖାଲି କରିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କ ଦୁଃଖ ବୁଝି ପାରୁନାହାନ୍ତି ପ୍ରଶାସନ ଓ ସରକାର ସରକାର ଓ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କୋଲେ ସୁଦ୍ଧା ସେମାନଙ୍କ ଦୁଃଖ କଷ୍ଟ ସରକାର ବୁଝିବାକୁ ନାରାଜ ଆମକୁ ଅଲଗା ସ୍ଥାନକୁ ସ୍ଥାନାନ୍ତର କରି ସରକାର ଖଣ୍ଡିଏ ଘର ଯୋଗାନ୍ତୁ ବୋଲି ସରକାରଙ୍କୁ ଗୁହାରି କରିଛନ୍ତି ବରଣ୍ଡି ଗ୍ରାମର ଲୋକେ । ସରକାର ପାଖରେ ଯୋଜନା ହେବା ସତ୍ତ୍ୱେ କାହିଁକି ସରକାର ଆମକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଗ୍ରାମବାସୀ ସରକାର ଯଦି ଆମ ଦାବି ନ ମାନୁଛନ୍ତି ତ ହେଲେ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ବିଗତ ବର୍ଷା ସମୟରେ କୋରାପୁଟ ଜିଲ୍ଲାର ଜିଲ୍ଳାପାଳ ଏବଂ କୋଟପାଡ ବିଧାୟୀକା ତଥା ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀପଦ୍ମିନୀ ସେଇ ସ୍ଥାନରେ ପହଞ୍ଚି ଭ୍ରମଣ ତଦାରଖ କରିଥିଲେ ଓ ମନ୍ତ୍ରୀ ଦିଆନ୍ ଆଶ୍ଵାସନା ମଧ୍ୟ ଦେଇଥିଲେ । ବର୍ଷା ସରିବା ପରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଥିଲେ । କିନ୍ତୁ ଏବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।