ଖରିଫ ଧାନ ବିକ୍ରି ସମସ୍ୟା ଦୂର ନିମନ୍ତେ ରାସ୍ତା ଅବରୋଧ

310
ADVERTISEMENT

ପଦ୍ମପୁର ,୧୩/୨(ରାକେଶ କୁମାର ଦାଶ) : ବରଗଡ଼ ଜିଲାରେ ଏବେ ମଧ୍ୟ ଖରିଫ ଧାନ ବିକ୍ରି ସମସ୍ୟା ଦୂର ହୋଇ ପାରିନାହିଁ। ଟୋକନ ନ ମିଳିବାରୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରିନାହାନ୍ତି। ଏହି କାରଣ ଯୋଗୁ ଜିଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର, ବିଜାଢ଼ୋଲ, ଡଭା, ଛୋଟ ଅନକି, କନ୍ଦାଡଙ୍ଗର, କୁସମଦର୍ହା ଆଦି ଗ୍ରାମର ୧୯୧ ଜଣ ଚାଷୀ ସେମାନଙ୍କ ଅମଳ ଧାନ ବିକ୍ରିରୁ ବଞ୍ଚିତ ଅଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବୁଧବାର ଉପରୋକ୍ତ ଗ୍ରାମର ଚାଷୀମାନେ ଡଭା ଗ୍ରାମ ରାସ୍ତା ଉପରେ ଧାନ ଗଦା କରିଛନ୍ତି। ଫଳରେ ଝାରବନ୍ଧ-ଡଭା, ଝାରବନ୍ଧ-ଛତିଶଗଡ଼ ଏବଂ ଝାରବନ୍ଧ-ନୂଆପଡା ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ଅଶୋକ ସାହୁ, ଭାଗବତିଆ ପଟେଲ, ଭୁବନାନନ୍ଦ ନାଏକ ପ୍ରମୁଖ ଏହାର ନେତୃତ୍ୱ ନେଇଥିବାବେଳେ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି ।

Advertisement