ଆଦର୍ଶ ଶିକ୍ଷା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

417
ADVERTISEMENT

ବାଲେଶ୍ଵର,୧୨/୨(ନରେନ୍ଦ୍ର ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ସ୍ଥିତ ଆଳଦା ଗ୍ରାମରେ ଥିବା ଆଦର୍ଶ ଶିକ୍ଷା ମନ୍ଦିର,ଖଇରା ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ଫିତା କାଟି ଏହାକୁ ଉଦଘାଟନ କରିବା ସହିତ ପିଲାମାନଙ୍କ ଦ୍ବାରା ପ୍ରଦର୍ଶିତ ବୈଜ୍ଞାନିକ ପ୍ରକଳ୍ପ ବୁଲି ଦେଖିଥିଲେ ଏବଂ ସେମାନଙ୍କଠାରୁ ପଚାରି ବୁଝିଥିଲେ । ଏଥିରେ ମୋଟ ୬୦ଟି ପ୍ରକଳ୍ପ ଅନୁଷ୍ଠାନର ପିଲାମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ମିଟୁଆଣି ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜୟନ୍ତ କୁମାର ଏବଂ ସାରକୋଣା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ସୂତାର ଯୋଗଦେଇ ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖି ମୂଲ୍ୟାୟନ କରିଥିଲେ । ଏଥିରେ ଲିଟିଲ ଜୁନିଅର ବିଭାଗରେ ଜ୍ଞାନଜ୍ଯୋତି ସେଠୀ ୧ମ,ଭାଗ୍ଯଶ୍ରୀ ପୃଷ୍ଟି ୨ୟ ଏବଂ ତନିସା ମହାନ୍ତି ୩ୟ , ଜୁନିଅର ବିଭାଗରେ ଜିଜ୍ଞାସା ପ୍ରିୟଦର୍ଶିନୀ ହୋତା ୧ମ, ଅନନ୍ଯା ଶତପଥୀ ୨ୟ ଏବଂ ପ୍ରତ୍ଯୁଷ ମହାରଥା ୩ୟ ହୋଇଥିବା ବେଳେ ସିନିଅର ବିଭାଗରେ ପ୍ରାଚୀପ୍ରତିକ୍ଷା ପୁହାଣ ୧ମ, ହିମାନୀ ହୀମେଶ୍ଵରୀ ସ୍ବାଇଁ ୨ୟ ଏବଂ ଦିନେଶ କୁମାର ବେହେରା ୩ୟ ସ୍ଥାନ ଅଧିକାର କରିଛନ୍ତି । ଏହି କୃତି ପ୍ରତିଯୋଗୀ ମାନଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସ ୨୫ ତାରିଖରେ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ନେଇ ଧାର୍ଯ୍ୟ ହୋଇଥିବାର ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଭାତ କୁମାର ଜେନା ପ୍ରକାଶ କରିଛନ୍ତି l ପ୍ରିନସିପାଲ ମଣିକିଙ୍କର ଜେନା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Advertisement