କଳାହାଣ୍ଡି ଜିଲ୍ଲାରେ ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

241
ADVERTISEMENT

କଳାହାଣ୍ଡି,୧୧/୨(ସୁବ୍ରତ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାକୁ ଅଚାନକ ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ।ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା କେଉଁଭଳି ଭାବେ ସୁଦୃଢ଼ ହେବ ଏନେଇ ଏକ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାପାଳ, ଡି. ଇ.ଓ, ବି.ଇ.ଓ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ ପରେ ମନ୍ତ୍ରୀ ଅଚାନକ ଭବାନୀପାଟଣା ବ୍ଲକର ବିଭିନ୍ନସ୍କୁଲକୁ ଗସ୍ତ କରିଥିଲେ । ଇଂରାଜୀ ଶିକ୍ଷାରେ ସ୍କୁଲ ପଛରେ ଥିବା ଜାଣି ମନ୍ତ୍ରୀ ଭବାନୀପାଟଣାର କିଛି ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାର ନାଁ ପଚାରିବା ସହିତ ପରୀକ୍ଷା ଫଳ ଓ ଅନ୍ୟାନ୍ୟ ବିଷୟରେ ପଚାରିଥିଲେ, କିନ୍ତୁ ଛାତ୍ରଛାତ୍ରୀ କୌଣସି ଉତ୍ତର ଦେଇ ପାରିନଥିବାରୁ.. ଭବାନୀପାଟଣା କର୍ଲାପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ବାହାଦୂର ସାଗରଙ୍କ ସମେତ ଦୁଇଜଣ ସହକାରୀ ଶିକ୍ଷକଙ୍କୁ ଶିକ୍ଷାର ମାନ କମ ଥିବା କହି କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏବଂ ଉକ୍ତ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ଡି. ଇ.ଓ ଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ଗଣ ଶିକ୍ଷା ମନ୍ତ୍ରୀଙ୍କ ଏଭଳି ଅଚାନକ ଗସ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଶିକ୍ଷକଙ୍କ ମନରେ ଏକ ପ୍ରକାର ଛନକା ଦେଖିବାକୁ ମିଳୁଛି।

Advertisement