ପଣ୍ଡିଗାଁ ଗ୍ରାମପଞ୍ଚାୟତକୁ ଜୁଆ ଓ ନିଶାମୁକ୍ତ କରିବାକୁ ଜନସଚେତନତା ପଦଯାତ୍ରା ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

230
ADVERTISEMENT

କଳାହାଣ୍ଡି,୧୧ /୨(ସନତ କୁମାର ପ୍ରଧାନୀ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ପଣ୍ଡିଗାଁରେ ଅବାଧରେ ଜୁଆ ଓ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି କଲମପୁର ବ୍ଳକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ପଣ୍ଡିଗାଁର ମହିଳା ସଂଘ ଓ ଗ୍ରାମପଞ୍ଚାୟତର ଜନସାଧାରଣ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମଦ କାରବାର ଯୋଗୁଁ ଗ୍ରାମର ବହୁ ନାବାଳକ ଓ ରୋଜଗାରିଆ ନିଶା ସେବନ କରି ବିପଥଗାମୀ ହେଉଥିବା ବେଳେ ଘରେ ଘରେ କଳିକଜିଆ ହୋଇ ମାରପିଟ ମଧ୍ୟ ହେଉଛନ୍ତି । ରାସ୍ତା କଡରେ ବେନିୟମ ଭାବେ ଦେଶୀ ମଦ କୋଠି ଥିବାରୁ ରାସ୍ତାରେ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ପରିସ୍ଥିତିର ସାମ୍ନା କରୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଅନେକଥର ବ୍ଳକ ଓ ପୋଲିସ ପ୍ରଶାସନକୁ କହିଆସୁଥିଲେ ମଧ୍ୟ ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି । ତେଣୁ ଆଜି ଜନଶୁଣାଣୀ ଅଭିଯୋଗ ଚାଲିଥିବା ବେଳେ ପଣ୍ଡିଗାଁରୁ – କଲମପୁରକୁ ଦୀର୍ଘ ୪କିମି ହେବ ଶତାଧିକ ମହିଳା ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ପଣ୍ଡିଗାଁ ଗ୍ରାମପଞ୍ଚାୟତକୁ ନିଶାମୁକ୍ତ କରି ଏକ ସୁସ୍ଥ ଗ୍ରାମପଞ୍ଚାୟତ କରିବାକୁ ଅନୁରୋଧ କରିଛନ୍ତି । ପଦଯାତ୍ରାରେ ପଣ୍ଡିଗାଁ ସରପଞ୍ଚ ଶ୍ରୀମତୀ ବନଜା ବାସିନି ମହାପାତ୍ର ସାମିଲ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ , ଅତିରିକ୍ତ ଅବକାରୀ ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ଆଦେଶ ଦେଇଥିବା ଜଣାପଡିଛି। ତେବେ ଏମାନଙ୍କୁ ଦେଇଥିବା ପ୍ରତିଶୃତି ଜିଲ୍ଲାପାଳ ମହୋଦୟ କେତେଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା ।

Advertisement