ପାଇକମାଳ ବ୍ଲକରେ ମୋ ସ୍କୁଲ ଅଭିଯାନ : ଶୀର୍ଷରେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ

292
ADVERTISEMENT

ପାଇକମାଳ, ୧୦।୨ (କୁଞ୍ଜବିହାରୀ ସାହୁ) ; ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ଵାରା ପ୍ରତିଷ୍ଠିତ ପାଇକମାଳ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ସରକାରଙ୍କ ଦ୍ଵାରା ଚାଲିଥିବା ମୋ ସ୍କୁଲ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଗତ ୩୧ତାରିଖ ଦିନ ଜିଲ୍ଲା ସ୍ତରୀୟ ବାର୍ଷିକ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ସଫଳତା ହାସଲ ପାଇଁ ପ୍ରାୟ ଦଶଟି ସ୍କୁଲ କୁ ପୁରସ୍କୃତ କରାଯାଇଛି।ସେ ମଧ୍ୟରେ ପାଇକମାଳ ବ୍ଲକ ରେ ମୋ ସ୍କୁଲ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୀର୍ଷ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛି।ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣି ବାରିକଙ୍କ ତତ୍ତ୍ଵାବଧାନରେ ସଫଳତା ପାଇଥିବା ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ପଣ୍ଡାଙ୍କୁ ବରଗଡ ଜିଲ୍ଲାପାଳ ଯୌତିରଞ୍ଜନ୍ ପ୍ରଧାନ ପୁରସ୍କାର ପ୍ରଦାନ କରିଛନ୍ତି। ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ କଳ୍ପନା ପଣ୍ଡା ସମେତ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ସମସ୍ତ ବିଭାଗୀୟ ଅଧିକାରୀ, ପ୍ରଧାନ ଶିକ୍ଷକ ତଥା ସହକର୍ମୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

Advertisement