ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

373
ADVERTISEMENT

ବାଲେଶ୍ବର,୮ା୨(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ହରିପୁର ପଞ୍ଚାୟତରେ ଥିବା ସାନନ୍ଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୟାଧର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ସଭାରେ ବ୍ଳକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି କୈଳାସ ଚନ୍ଦ୍ର ବେହେରା ଅଧ୍ଯକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଏବିଇଓ ଶ୍ରୀଧର ଚରଣ ବେହେରା, ମୁଖ୍ୟବକ୍ତା ଭାବେ ସିଆରସିସି ସଂଗ୍ରାମ ନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ସନ୍ତୋଷ କୁମାର ଦକ୍ଷିଣରାୟ , ହରିପୁର ସରପଞ୍ଚ ସୁଲୋଚନା ରାଉତରାୟ, ସମିତି ସଭ୍ଯା ଚମ୍ପାବତୀ ପଣ୍ଡା, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ସହକାରୀ ଶିକ୍ଷୟିତ୍ରୀ ବସନ୍ତମଞ୍ଜରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏବିଇଓ ଶ୍ରୀ ବେହେରା ବିଦାୟୀ ଶିକ୍ଷକ ଗୟାଧର ବେହେରାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ଅନ୍ଯାନ୍ଯ ବିଦ୍ଯାଳୟରୁ ଶିକ୍ଷକ/ ଶିକ୍ଷୟିତ୍ରୀମାନେ ଆସି ଯୋଗଦେଇଥିଲେ । ଏସଏମସି ମେମ୍ବରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକଙ୍କ ଉଦ୍ଦେଶ୍ୟରେ ପିଲାମାନେ ବିଦାୟୀ ସଙ୍ଗୀତ ପରିବେଷଣ କରିଥିଲେ । ମଞ୍ଚାସୀନ ଅତିଥିମାନେ ବିଦାୟୀ ଶିକ୍ଷକ ଶ୍ରୀ ବେହେରାଙ୍କ ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ପରେ ସମ୍ବର୍ଦ୍ଧନା ସଭାର ଅନ୍ତ ଘଟିଥିଲା ।

Advertisement