ବାଲେଶ୍ଵର,୬।୨(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବିଦ୍ୟାଧରପୁର ଶାସନରେ ଖଇରା ଆଞ୍ଚଳିକ ବ୍ରାହ୍ମଣ ସମିତିର ଏକାଦଶ ପ୍ରତିଷ୍ଠା ଦିବସ ସଭାପତି ଜଳଧର ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ପ୍ରଥମେ ପଣ୍ଡିତ ସ୍ୱର୍ଗତ ଶ୍ୟାମସୁନ୍ଦର ଶତପଥୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ରମାକାନ୍ତ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବୁଦ୍ଧିରାମ ପାଣିଗ୍ରାହୀ ସାଙ୍ଗଠନିକ ଆଲୋଚନା ଓ ସ୍ମୃତି ଚାରଣ କରିଥିଲେ । ଏଥିରେ ବିଭିନ୍ନ ଜୋନରୁ ପଣ୍ଡିତ ଯଥା-ବିଷ୍ଣୁମୋହନ ମିଶ୍ର, ଦୈତାରି ପଣ୍ଡା,କୃଷ୍ଣ ଚନ୍ଦ୍ର ଦାଶ, ବାସୁଦେବ ପଣ୍ଡା, ଗଗନବିହାରୀ ପଣ୍ଡା, ମଧୁସୂଦନ ଆଚାର୍ଯ୍ୟ, ବିଭୁତି ଭୂଷଣ ତ୍ରିପାଠୀ ଓ ବଟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ସେ ବେଦପାଠ ଓ ଚଣ୍ଡିପାଠ ଖୁବ୍ ନିଷ୍ଠାର ସହିତ କରନ୍ତି ବୋଲି ସେଠାରେ ଆଲୋଚନା ହୋଇଥିଲା । ସମିତିର ଏକ ସ୍ଥାୟୀ ଗୃହ ନିର୍ମାଣର ଆବଶ୍ୟକତା ଥିବାନେଇ ସଂକିର୍ତ୍ତନ ପଣ୍ଡା ଆଲୋଚନା କରିଥିଲେ । ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।