ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

365
ADVERTISEMENT

ବାଲେଶ୍ଵର, ୨/୨: (ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କାସିନ୍ଦିପୁର ସରକାରୀ ପ୍ରାଥମିକ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର କବିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହିଉପଲକ୍ଷେ ବିଦ୍ଯାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନର ପ୍ରହରାଜପୁର ୟୁଜିୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାବତୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜଳଦା ଡାଲଙ୍ଗ ଉଚ୍ଚ ବିଦ୍ଯାପୀଠ, ଖଣିଆର ପ୍ରଧାନ ଶିକ୍ଷକ ରାଧାକାନ୍ତ ପଣ୍ଡା ମୁଖ୍ୟ ଅତିଥି,ଏକ୍ସ କ୍ଯାଡର ଶିକ୍ଷକ ମାନଙ୍କର ବ୍ଲକ ସଭାପତି ମାଖନପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ବେହେରା ମୁଖ୍ୟବକ୍ତା, ମାଖନପୁର କ୍ଲଷ୍ଟର ସିଆରସିସି ସୁଶାନ୍ତ କୁମାର ମହାପାତ୍ର, ମାଖନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ ତଥା ମାଖନପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯଥା-ଯୁଧିଷ୍ଠିର ମହାରଣା,ମାୟାଧର ମିଶ୍ର, ରଞ୍ଜନ ଶିଅଳ,ନୃସିଂହ ପାଣିଗ୍ରାହୀ, ବାଦଲ କୁମାର ପାଳକ,ଘନଶ୍ୟାମ ମାଝୀ, ଚିତ୍ତରଞ୍ଜନ ଜେନା,ଗୌରାଙ୍ଗ ଚନ୍ଦ୍ର ପରିଡା,ପୁଷ୍ପଲତା ବାରିକ,ସିପ୍ରାରାଣୀ ଦାସ ପ୍ରମୁଖ ଯୋଗଦେଇ ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର କବିଙ୍କର ଶିକ୍ଷକ ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ ବ୍ରଜକିଶୋର ପତି,କାସିନ୍ଦିପୁର ଗ୍ରାମର ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ଯ/ସଭ୍ଯା, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଆଖପାଖ ଅଞ୍ଚଳର ବହୁ ବ୍ଯକ୍ତି ଯୋଗଦାନ କରି ଅଶ୍ରୁଳ ବିଦାୟ ସମ୍ଵର୍ଦ୍ଧନା ଦେଇଥିଲେ । ବିଦ୍ୟାଳୟର ପିଲାମାନଙ୍କ ଦ୍ବାରା ହୋଇଥିବା ସ୍ବାଗତ ସଙ୍ଗୀତ ପରିବେଷଣକୁ ବୈକୁଣ୍ଠ ନାଥ ମହାକୁଡ ଓ କମଳା ବାରିକ ପରିଚାଳନା କରିଥିଲେ । ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲାବେଳେ ରବିନ୍ଦ୍ର କୁମାର କବି, ଏସଏମସି ସଭାପତି ପୁଷ୍ପଲତା ବେହେରା ଓ ନିରଞ୍ଜନ ବାରିକ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ମାୟାଧର ମିଶ୍ର ମଞ୍ଚ ଆହ୍ବନ କରିଥିବା ବେଳେ ଶେଷରେ ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement