ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

362
ADVERTISEMENT

ପାଇକମାଲ, ୨/୨: (କୁଞ୍ଜ ସାହୁ ) : ୦୧/୦୨/୨୦୨୦ ଠାରୁ ତା‐ ୦୨/୦୨/୨୦୨୦ ରିଖ ପର୍ଯ୍ଯନ୍ତ , ଦୁଇ ଦିନ ଧରି ପାଇକମାଲ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ଯାଳୟର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ କାଳରେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଧ୍ଧନା ଜଣାଇ ଏକ ସାମୂହିକ ଯଜ୍ଞ କରା ଯାଇଥିଲା । କନ୍ଯା ଗୁରୁକୁଳର ବ୍ରହ୍ମଚାରିଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସାମୂହିକ ଯଜ୍ଞ ପରେ ବ୍ରହ୍ମଚାରୀ ମାନେ ତାଙ୍କର ମାତା ପିତା ମାନଙ୍କର ଚରଣ ବନ୍ଦନା ପୂର୍ବକ ପୂଜା କରିଥିଲେ ଏବଂ ବ୍ଯାୟାମ କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆଚାର୍ଯ୍ଯ ନରଦେବ ୟଜୁର୍ବେଦିଙ୍କ ସଭାପତିତ୍ବରେ ଏକ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସ୍ବାମୀ ସୁରେଶ୍ବରା ନନ୍ଦ ଆଧୁନିକ ଶିକ୍ଷା ପଦ୍ଧତି ଓ ଗୁରୁକୁଳ ଶିକ୍ଷାର ତଫାତ୍ ବିଷୟରେ ଆଲୋକପାତ କରିଥିଲେ । ସଭାରେ ବହୁ ଦୂରାନ୍ତର ରୁ ବୈଦିକ ଧର୍ମାନୁରାଗି ଆସି ଯୋଗଦାନ କରିଥିଲେ । ଏହି ଉତ୍ସବରେ ସମସ୍ତଙ୍କ ପାଇଁ ଜଳଖିଆ ,ମଧ୍ଯାନ୍ନ ଭୋଜନ,ରାତ୍ର ଭୋଜନର ବ୍ଯବସ୍ଥା କରା ଯାଇଥିଲା । ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ ମାନେ ଉକ୍ତ ବାର୍ଷିକ ଉତ୍ସବରେ ନିଜ ନିଜର ଦାୟୀତ୍ବ ସୂଚାରୁ ରୂପେ ତୁଳାଇଥିଲେ ।

Advertisement