ବାଲେଶ୍ବର,୩୧/୦୧( ନରେନ୍ଦ୍ର ପ୍ରସାଦ ବେହେରା) : ବିଦ୍ଯାଳୟ ଭିତରେ ପଶି ଶିକ୍ଷୟତ୍ରୀଙ୍କୁ ଆକ୍ରମଣ ଘଟଣାରେ ଔପଦା ପୁଲିସ୍ ସମ୍ଫୁକ୍ତ ମହିଳା ମୀନତି ପଣ୍ତାକୁ ଗିରଫକରି କୋର୍ଟ ଚାଲାଣ କରିଛି । ଏହି ଘଟଣା ପରେ ମହିଳାଙ୍କ ସପକ୍ଷରେ କିଛି ଗ୍ରାମବାସୀ ବାହାରି ବିଦ୍ଯାଳୟ ଆଗରେ ଧାରଣା ଦେଇଥିଲେ । ପରିଚାଳନା କମିଟିର ସଭାପତିଙ୍କ ପତ୍ନୀ ଅଫିସରେ ଥିବା କାଗଜପତ୍ରକୁ ଚିରିବାପାଇଁ ଉଦ୍ଯମ କରୁଥିବା ବେଳେ ବିରୋଧ କରିଥିଲେ ଶିକ୍ଷୟିତ୍ରୀ ବାସନ୍ତି ନାୟକ ଏବଂ ମନୋରମା ପଣ୍ତା । ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୁପ୍ତ ମହିଳା ଶିକ୍ଷତ୍ରିଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ । ଏହି ଘଟଣା ପରେ ଶିକ୍ଷୟିତ୍ରୀ ଏବଂ ସମ୍ପୁକ୍ତ ମହିଳା ପୃଥକ୍ ପୃଥକ୍ ଲିଖିତ ଭାବରେ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ କରି ବାସନ୍ତୀ ପଣ୍ତାଙ୍କୁ ୭/୨୦ ରେ କେସ୍ ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଔପଦା ଆଇଆଇସି ସୁଜାତା ଖମାରି ପ୍ରକାଶ କରିଛନ୍ତି ।
