କଳାହାଣ୍ଡି,୩୧/୦୧(ସୁବ୍ରତ କୁମାର ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ଠାରେ ଓଁ ଶ୍ରୀ ପୂଜା କମିଟି ତରଫରୁ ଆଜି ଦ୍ଵିତୀୟ ବର୍ଷର ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବରେ ଆଜି ପ୍ରଥମ ଦିନରେ ମୁଖ୍ୟଅତିଥି ଭାବରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପିନ୍ଦ୍ର ସିଂ ଯୋଗଦେଇଥିବାବେଳେ ସମ୍ମାନୀତି ଅତିଥି ଭାବେ ମ.ରାମପୁର (ଖ)ଜୋନର ଜିଲ୍ଲାପରିଷଦ ପୁଷ୍ପେନ୍ଦ୍ର ସିଂ ଦେଓ, ଶରତ ପୁଝାରି, ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର,ଦେଢ଼ଶୁଲି ସରପଞ୍ଚ ଓ ମୋହନଗିରି ଗ୍ରା.ପର ସମିତି ସଭ୍ୟା ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ କମିଟି ତରଫରୁ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଓ ପରେ ମୁଖ୍ୟଅତିଥି ଶ୍ରୀ ସିଂ ଫିତା କାଟି ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ କରିଥିଲେ। କମିଟି ଓ ଅଞ୍ଚଳର ସମସ୍ତ ଜନତାଙ୍କ ସହଯୋଗରେ ଧନୁଯାତ୍ରା ଠିକ ଭାବରେ ପରିଚାଳନା ହେବାପାଇଁ ଉଦବୋଧନ ଦେବା ସହିତ କମିଟିକୁ ଧନ୍ୟବାଦ ଜଣେଇଥିଲେ ମୁଖ୍ୟଅତିଥି ଶ୍ରୀ ସିଂ ।ଏବଂ ପରେ ରାତ୍ର ୮ଘ ସମୟରେ ଧନୁଯାତ୍ରା ମହୋତ୍ସବର ମଞ୍ଚସ୍ଥ ନାଟକ କଂଶ ଦରବାର ଅନୁଷ୍ଠିତ ହୋଇଥିଲା। ସୁଦୂର ସୋନପୁର ଜିଲ୍ଲା, ବିନିକା ବ୍ଲକରୁ ଆସିଥିବା ମଞ୍ଚ ଅଭିନେତା ଗୋପାଳ ପଣ୍ଡା ଓ ତାଙ୍କ ସହଯୋଗୀ କଳାକାର ଆଜି ପ୍ରଥମ ରାତ୍ରିରେ ଦେବକୀ ବସୁଦେବ ବିବାହ,ଶୂନ୍ୟବାଣୀ,ଉଗ୍ରେସନଙ୍କ ଗାଦିଚ୍ୟୁତ, କଂଶର ସିଂହାସନ ଆରୋହଣ,ଉଗ୍ରେସନକୁ କଟୁଆଳ ପଦବୀରେ ନିଯୁକ୍ତି ଓ ଦେବକୀଙ୍କୁ କାରାଗାରରେ ବନ୍ଦି ଭଳି କିଛି ଦୃଶ୍ୟ ନାଟକ ପରିବେଷଣ କରିଥିଲେ।
