ବାଲେଶ୍ଵର,୩୧/୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲିଆପାଳ ବ୍ଲକ ଅନ୍ତର୍ଗତ ମଣିଭଦ୍ର ନୋଡାଲ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଗିରି ପୌରାହିତ୍ୟ କରିଥିଲେ l ପୂର୍ବତନ ଡି.ଆଇ. ସୀତାରାମ କୁଲ୍ହାରୀ ଉଦ୍ଘାଟନ କରିଥିଲେ l ମୁଖ୍ୟବକ୍ତା ନଳିନୀ କାନ୍ତ ପାଢ଼ୀ ତାଙ୍କ ବକ୍ତବ୍ୟରେ ପିଲାଙ୍କ ମନରେ ଜାତିପ୍ରୀତି ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ବରିଷ୍ଠ ଶିକ୍ଷକ ମାୟାଧର ପରିଡା, ପୂର୍ବତନ ଶିକ୍ଷକ ଗୟରାମ ହଜିରା, ସିଆରସିସି ଯୁଧିଷ୍ଠିର ବେହେରା, ବିଦ୍ୟାଳୟର ପ୍ରତିଷ୍ଠାତା ବରେନ୍ଦ୍ର ବିଶ୍ୱାଳ, ଧନଞ୍ଜୟ ଜେନା, ଯତୀନ୍ଦ୍ର କୁଲ୍ହାରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ମହାନ୍ତି, ଶିକ୍ଷକ ବିପିନ ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ, ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ l ବାଲେଶ୍ଵର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିଥିଲେ । ଗୌରାଙ୍ଗ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l