ବାଲେଶ୍ବର,୩୦।୧(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ଖଇରା ବ୍ଲକ ଓଷ୍ଟା ସଂଗଠନ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଗଠନ, ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ପରିଷଦ ଶିକ୍ଷକ ସଂଘ,ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ଏବଂ ଏସ,ଏସ, ଶିକ୍ଷକ ସଂଘର କର୍ମକର୍ତ୍ତା ଏବଂ ପ୍ରତ୍ୟେକ ସଂଗଠନର ଶିକ୍ଷକ ପ୍ରତିନିଧିଙ୍କୁ ନେଇ ଖଇରା ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସମ୍ପାଦକ କମଳଲୋଚନ ଜେନାଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷକ ନେତା ଦୀନବନ୍ଧୁ ଦାଶ ସଭାପତିତ୍ବ କରିଥିଲେ । ସମନ୍ବୟ ସମିତିର ସଭାପତି ବରେନ୍ଦ୍ର କୁମାର ରାଉତ ଅନ୍ୟ ବ୍ଲକକୁ ପଦୋନ୍ନତି ପାଇ ଯିବାପରେ ଏବଂ କମଳଲୋଚନ ଜେନା ଚଳିତ ମାସରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରୁଥିବାରୁ ନିମ୍ନ ମତେ ଖଇରା ବ୍ଲକର ସମନ୍ବୟ ସମିତିର ନୂତନ କର୍ମକର୍ତ୍ତା ମାନେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ବରେନ୍ଦ୍ର କୁମାର ରାଉତ, ମହେନ୍ଦ୍ର ପ୍ରସାଦ କବି, କମଳଲୋଚନ ଜେନା, ସମନ୍ବୟ ସମିତିର ସଭାପତି ରାଧାକାନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ଦକ୍ଷିଣରାୟ, ଉପସଭାପତି ରୀତାରାଣୀ ଦାସ, ନାରାୟଣ ଚନ୍ଦ୍ର ମହାପାତ୍ର, ଅଜୟ କୁମାର ଦ୍ବିବେଦୀ, ସମ୍ପାଦକ ବିଜୟ କୁମାର ଦ୍ବିବେଦୀ, ଯୁଗ୍ମ ସମ୍ପାଦକ ବରିଷ୍ଠ ଶିକ୍ଷକ ନେତା ବିଷ୍ଣୁ ପ୍ରସାଦ ମିଶ୍ର, ସହସମ୍ଫାଦକ ଦୁର୍ଗା ମାଧବ ଜେନା, ଉଦୟ କୁମାର ପାତ୍ର, ଦୀନବନ୍ଧୁ ଦାସ, କୋଷାଧ୍ୟକ୍ଷ ବରିଷ୍ଠ ଶିକ୍ଷକ ନେତା ବସନ୍ତ କୁମାର ଦାସ, ସଂଗଠନ ସଂଯୋଜକ ମନୋଜ କୁମାର ସ୍ଵାଇଁ, ଏଥିସହ ସମସ୍ତ ସଂଗଠନର ସଭାପତି ଓ ସମ୍ପାଦକ ଉକ୍ତ କମିଟିର ସ୍ଥାୟୀ ସଦସ୍ୟ ଭାବରେ ଆଗାମୀ ତିନି ବର୍ଷ ପାଇଁ ରହିବେ ବୋଲି ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥବାର ସଙ୍ଘ ସୂଚନା ପ୍ରଦାନ କରିଛି ।