ପଞ୍ଚାୟତ ସମିତି ବୈଠକରେ ପ୍ରଶାସନିକ ଅଧିକାରୀ ଏବଂ ଲୋକପ୍ରତିନିଧି ଯୋଗ ଦେଲେନି

428
ADVERTISEMENT

ବାଲେଶ୍ବର,୨୯।୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ପଞ୍ଚାୟତ ସମିତି ବୈଠକ ବିଡ଼ିଓ ନରହରି ବେହେରାଙ୍କ ଆହ୍ବନକ୍ରମେ ଗତକାଲି ଅନୁଷ୍ଠିତ ହୋଇଥିଲା । ହେଲେ ବଡ଼ ଦୁଃଖର କଥା ଭାରପ୍ରାପ୍ତ ବିଡ଼ିଓ ନରହରି ବେହେରା ବୈଠକୁ ଆସିଲେ ନାହିଁ । ଏଠାରେ ପ୍ରଶ୍ନ ଉଠେ ଯିଏ ସମିତି ମିଟିଂ ଡାକିଲେ ସେ ଉପସ୍ଥିତ ରହିଲେ ନାହିଁ । କାହା ଚାପରେ ଆସିଲେ ନାହିଁ, କିଏ ଆସିବାକୁ ମନାକଲା ଏମିତି କିଛି ପ୍ରଶ୍ନର ଉତ୍ତର ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ଯ ସମ୍ଭଵ ହୋଇପାରିନଥିଲା । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ଯେ ଅନୁପସ୍ଥିତମାନେ ନିଶ୍ଚୟ କାହାରି ଚାପରେ ବଶବର୍ତ୍ତୀ ହୋଇଛନ୍ତି, ଯାହା ସାଧାରଣରେ ଆଲୋଚନା ସୃଷ୍ଟି ହୋଇଛି । ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚେୟାରମ୍ୟାନଙ୍କୁ ଛାଡିଦେଲେ ଆଉ କେହି ନଥିଲେ । ଏଥିରେ ପ୍ରଶାସନିକ ଅଧିକାରୀ କିମ୍ବା ବିଡ଼ିଓ, ବିଧାୟକ ତଥା ମନ୍ତ୍ରୀ,ସାଂସଦ,ବ୍ଲକ ଉପାଧ୍ଯକ୍ଷ, ଜିଲ୍ଲାପରିଷଦ ସଦସ୍ଯାଙ୍କ ସମେତ ଅନେକ ନିର୍ବାଚିତ ସରପଞ୍ଚ, ସମିତି ସଭ୍ଯାସଭ୍ଯ ପ୍ରମୁଖ ଉପସ୍ଥିତ ନଥିଲେ । ସେଥିପାଇଁ ଯେଉଁ କେତେଜଣ ନିର୍ବାଚିତ ପ୍ରତିନିଧିମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ବୈଠକ ହେବକି ନାହିଁ ମନରେ ସନ୍ଦେହ ଉପୁଜିଥିଲା । ଯାହାହେଉ ବୈଠକ ଆରମ୍ଭ ହୋଇଥିଲା ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ୟକ୍ଷତାରେ । ଜିପିଓ ମହେଶ୍ବର ବେହେରା ପୂର୍ବ ବିବରଣୀ ପାଠ କରିଥିଲେ । ସିଡିପିଓ ଅନୁପସ୍ଥିତ ଥିବାରୁ ସୁପରଭାଇଜର ଶୁଭଶ୍ରୀ ଗୃହରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସହକାରୀ ଯନ୍ତ୍ରୀ ବିଜୟାଲକ୍ଷ୍ମୀ ଟୁଡୁ ଓ ରୂପସ୍ବନୀ ରଣା ବିଭାଗୀୟ ପ୍ରଶ୍ନର ଉତ୍ତର ରଖିଥିଲେ । ସରପଞ୍ଚ କଲ୍ଯାଣୀ ମାଝୀ,ବିଷ୍ଣୁପଦ ଘଡାଇ, ସୁଶାନ୍ତ ମହାକୁ ,ସରପଞ୍ଚ ରଘୁନାଥ ପଣ୍ଡା, ଦିଲ୍ଲୀପ ବେହେରା, ମାନସ ମହାପାତ୍ର ପ୍ରମୁଖଙ୍କ ବିଭିନ୍ନ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର କେହି ଦେଇପାରିନଥିଲେ । ବିଭିନ୍ନ ପ୍ରଶ୍ନର ଉତ୍ତର ଭୟରେ ଅଧିକାରୀମାନେ ଉପସ୍ଥିତ ନ ଥିବାର ଆଲୋଚନା ହୋଇଥିଲା । ଚେୟାରମ୍ୟାନ ଯଦି ନ ଥାଆନ୍ତେ ମିଟିଂ ପ୍ରାୟ ହୋଇପାରି ନଥାନ୍ତା । କହିବାକୁ ଗଲେ ଏକପ୍ରକାର ମିଟିଂ ବିଫଳକୁ ନେଇ ହା ହୋଲ୍ଲା ମଧ୍ୟରେ ଶେଷ ହୋଇଥିଲା । କେବଳ ଚେୟାରମ୍ୟାନ ହିଁ ବୈଠକର ମାନ ବଜାଇ ରଖିଥିଲେ । ପ୍ରଥମତଃ ସମିତି ବୈଠକ ସରକାରଙ୍କ ଧାର୍ଯ୍ୟ ସମୟ ଭିତରେ ହେଉ ନାହିଁ ଦ୍ବିତୀୟରେ ପ୍ରଶାସନିକ ଅଧିକାରୀ ଓ ବିଧାୟକ ତଥା ମନ୍ତ୍ରୀ ଉପସ୍ଥିତ ନ ରହିବା କେତେଦୂର ଗୃହକୁ ଅପମାନ ହୋଇଛି ତାହା ସର୍ବସାଧାରଣ ବିଚାର କରିବା ଉଚିତ୍ । ବୈଠକରେ ଉପସ୍ଥିତ ସମସ୍ତେ ଚେୟାରମ୍ୟାନଙ୍କୁ ପ୍ରଶଂସା କରିଥିଲେ ସୁଚାରୁ ରୂପେ ଗୃହପରିଚାଳନା ପାଇଁ । ଶେଷରେ ଜିପିଓ ଧନ୍ୟବାଦ ଦେଇଥିଲେ ।

Advertisement