ବାଲେଶ୍ବର,୨୮।୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ନିକଟସ୍ଥ ମଦନାପୁର ଶାସନରେ ଗତକାଲି ଲୋକନାଥ ପାଠାଗାର ଓ ଗାଁ ଗଣ୍ଡା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଏବଂ ରାଜ୍ଯସ୍ତରୀୟ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବ ସଭାରେ ସଭାପତିତ୍ବ କରିଥିଲେ ଡ. ନରେନ୍ଦ୍ର ପ୍ରସାଦ ବୁଗୁଡେଇ । ମୁଖ୍ୟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ବିକାଶ, ବାସୁଦେବପୁରର ସଭାପତି ସୁଦର୍ଶନ ଅଗସ୍ତି,ମୁଖ୍ୟବକ୍ତା ଭାବେ ଅନନ୍ଯ ପ୍ରାବନ୍ଧିକ ଓ ସାହିତ୍ଯିକ ଡ. ରମାକାନ୍ତ ବେହେରା, ସମ୍ମାନିତ ଅତିଥିଭାବେ ବେଳାଭୂମି କଲେଜର ପ୍ରାକ୍ତନ ଅଧ୍ଯାପକ ,ପଦ୍ମଲୋଚନ ପାଠାଗାରର ସମ୍ପାଦକ, ସୁବକ୍ତା,ସୁସାହତ୍ଯିକ ପଦ୍ମଲୋଚନ ମହାକୁଡ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶ୍ଵନାଥ ମିଶ୍ର ଓ ସୀତାନାଥ ଦାସ, ସମାଜସେବୀ ହେମଲତା ଦାସ ଏବଂ ଗୋପବନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ବକ୍ତା ମାନଙ୍କର ବକ୍ତବ୍ଯ ସମାଜ ପାଇଁ ଖୁବ୍ ଶିକ୍ଷଣୀୟ ଥିଲା । ଏହି ସାରସ୍ବତ କବିତା ପାଠୋତ୍ସବରେ ବିଭିନ୍ନ ଅଞ୍ଚଳରୁ କବିମାନେ ଯୋଗଦେଇ କବିତା ପାଠକରି ପ୍ରଶଂସା ପତ୍ର ପାଇଥିଲା ବେଳେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା କବି,ଗାଳ୍ପିକ ଓ ସଂଗ୍ରାହକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ନିଜର ସ୍ବରଚିତ ” ଭାଷା ଓଡ଼ିଆ ଭାରି ବଢିଆ ” କବିତାଟି ପଢି ପ୍ରଶଂସା ପତ୍ର ପାଇ ନିଜକୁ ଧନ୍ଯ ମନେକରିଛନ୍ତି । ଏଥିସହିତ ଗୋପାଳପୁରର କବି ମାନସ କୁମାର ପାତ୍ରଙ୍କ ସମେତ ପଦ୍ମଲୋଚନ ମୁଦୁଲି, ନିରଞ୍ଜନ ସେଠୀ,ଶ୍ରୀକାନ୍ତ ମହାରଣା ଓ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ସହ ଅନେକ କବି ସେମାନଙ୍କର ନିଜ ନିଜର ସ୍ବରଚିତ କବିତା ପାଠକରି ସାରସ୍ବତ ପ୍ରଶଂସା ପାଇ ଆନନ୍ଦିତ ହୋଇଥିଲେ । ଶିକ୍ଷକ ଓ କବି ମାନସ କୁମାର ପାଢୀ କବିତା ସଂଯୋଜନା କରିଥିଲେ । ସଂସଦ ତରଫରୁ ଅସହାୟଙ୍କୁ ବସ୍ତ୍ର ଏବଂ ଅନ୍ଧ,ମୂକ ଓ ବଧିର ମାନଙ୍କୁ ବିନମ୍ରର ବତ୍ର ଉପଲକ୍ଷେ ଅର୍ଥ ପ୍ରଦାନ କରାଯାଇଥିଲା । ଏକ ପୁସ୍ତକକୁ ” ସଂସ୍କାରତ୍ ଦ୍ବିଜଉଚ୍ଯତେ ” ମଞ୍ଚାସୀନ ଅତିଥିମାନେ ଉନ୍ମୋଚିତ କରିଥିଲେ । ଏଥିରେ କବି ନରେନ୍ଦ୍ର ପ୍ରସାଦ ବେହେରାଙ୍କ ” ହେଉଥାଆ ସଦା ସୁଖୀ ” କବିତା ପରିବେଷଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ଯ ଶେଷ ହୋଇଥିଲା ।