ମୋଦୀ : ଏକ ଐତିହାସିକ ଅନ୍ୟାୟକୁ ସଜାଡ଼ିବାକୁ ସରକାର ନାଗରିକତା ଆଇନ ଆଣିଛନ୍ତି

328
ADVERTISEMENT

ନୂଆଦିଲ୍ଲୀ ,୨୮।୧(ଡ଼ି.ଏଚ ) : ନାଗରିକତା ଆଇନ ପ୍ରସଙ୍ଗରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେତେକ ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ନାଗରିକତା (ସଂଶୋଧନ) ଆଇନ ପ୍ରଣୟନ କରାଯାଇଛି । ପଡ଼ୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ଆଶ୍ରୟ ଦେବା ପାଇଁ ବିଜେପି ନିଜର ପ୍ରତିଶ୍ରୁତି ପୂରଣ କରିଛି ବୋଲି ସେ କହିଛନ୍ତି ।

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)ର ବାର୍ଷିକ ର‍୍ୟାଲିରେ ଯୋଗ ଦେଇ ସେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଗତ ୭୦ ବର୍ଷ ହେଲା ଜମ୍ମୁ ଓ କଶ୍ମୀର ସମସ୍ୟା ଚାଲିଆସିଥିଲା । ଏହି ସମସ୍ୟାକୁ ସମାଧାନ ନକରି କେତୋଟି ହାତଗଣତି ପରିବାର ଓ ରାଜନୈତିକ ଦଳ ଫାଇଦା ନେଇଆସୁଥିଲେ । ଏହି କାରଣରୁ ସେଠାରେ ଆତଙ୍କବାଦ ବଢିଚାଲିଥିଲା । ପୂର୍ବର ସରକାର କଶ୍ମୀର ସମସ୍ୟାକୁ ଆଇନ ଶୃଙ୍ଖଳା ସମସ୍ୟାଭାବେ ଦେଖିଆସୁଥିଲେ । କିନ୍ତୁ ଯେତେବେଳେ ସେନା କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଲେ ତାକୁ ଅନୁମତି ଦିଆଯାଉନଥିଲା । କିନ୍ତୁ ବର୍ତ୍ତମାନର ସରକାର ଏସବୁ ପୁରୁଣା ବିବାଦଗୁଡ଼ିକର ସମାଧାନ କରିଚାଲିଛି । କେବଳ କଶ୍ମୀର ସମସ୍ୟା ନୁହେଁ, ଟ୍ରିପଲ ତଲାକ,ଧାରା ୩୭୦ ପ୍ରତ୍ୟାହାର, ବୋଡ଼ୋ ଚୁକ୍ତି ଆଦି ବର୍ତ୍ତମାନ ସରକାରଙ୍କ ଅମଳରେ ହୋଇଛି ବୋଲି ମୋଦୀ କହିଛନ୍ତି ।

Advertisement