ଶ୍ରାଦ୍ଧ ଦିବସରେ ସ୍ମୃତିଚାରଣ ସଭା

256
ADVERTISEMENT

ବାଲେଶ୍ଵର, ୨୭/୧(ନରେନ୍ଦ୍ର ପ୍ରସାଦ ବେହେରା ) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଗୋଳିହା ଗ୍ରାମର ରମ୍ଭାମଣୀ ନାୟକଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କେନ୍ଦୁଝରରୁ ହରିହର ପାଣିପାଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବୃନ୍ଦାବନ ରାଉତ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିଲେ । ବିଶିଷ୍ଟ ଅତିଥି ଭାବେ କବି ବ୍ରଜେନ୍ଦ୍ର ନାଥ ଗିରି ଓ କୀର୍ତ୍ତନ ବିହାରୀ ଦାସ ,ସମ୍ମାନିତ ଅତିଥି ଭାବେ ଅନାଦି ଚରଣ ଜେନା ଓ ଭରତ ଚନ୍ଦ୍ର ଦାସ ଯୋଗଦେଇ ଥିଲେ । ବେଦପାଠ କରିଥିଲେ କୈଳାସ ଚନ୍ଦ୍ର ପୃଷ୍ଟି । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ କବି ତଥା ରମ୍ଭାମଣୀଙ୍କ ସ୍ବାମୀ ମାୟାଧର ନାୟକ । ସ୍ବର୍ଗତା ରମ୍ଭାମଣୀ ଏ ଅଞ୍ଚଳରେ ଜଣେ ଜଣାଶୁଣା, ପରୋପକାରୀ,ମେଳାପୀ, ସ୍ନେହୀ,ସୁଗୃହିଣୀ,ପତିବ୍ରତା, ସମସ୍ତଙ୍କର ସୁଖ ଦୁଃଖର ସାଥୀ ସର୍ବୋପରି ସ୍ବାମୀ ମାୟାଧର ନାୟକଙ୍କୁ ସାରା ରାଜ୍ୟରେ କବି ଭାବରେ ପରିଚିତ କରାଇବାରେ ଆପ୍ରାଣ ଉଦ୍ଯମକୁ ପରିବାର ତଥା ଅଞ୍ଚଳବାସୀ ଭୁଲି ପାରିନାହାନ୍ତି । ସେଥିପାଇଁ ସେ ଆଜି ଅଞ୍ଚଳବାସୀ ହୃଦୟରେ ଚିର ସ୍ମରଣୀୟ ହୋଇଯାଛନ୍ତି ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ଯରେ ପ୍ରକାଶ କରିଥିଲେ । ତାଙ୍କ ନୀତି ଆଦର୍ଶ ତଥା କବି ମାୟାଧର ନାୟକଙ୍କୁ ଭଲପାଉଥିବା ଭୀଷ୍ମ ଚରଣ ନାୟକ, ରମାନାଥ ଦାସ,ଗଗନ ବିହାରୀ ପଣ୍ଡା, ମହେନ୍ଦ୍ର ପ୍ରସାଦ ବାରିକ, ଉମେଶ ଚନ୍ଦ୍ର ମହାନ୍ତି, ଗଜେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ବହୁ ବ୍ଯକ୍ତି ଉପସ୍ଥିତ ହୋଇ ରମ୍ଭାମଣୀଙ୍କର ସ୍ମୃତିଚାରଣ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଅପର୍ଣ୍ଣ ଅନ୍ନପୂର୍ଣ୍ଣା ପତ୍ରିକା ଉନ୍ମୋଚିତ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇ ସଭାପତି ସଭା ସମାପନ କରିଥିଲେ । ବାଲେଶ୍ଵର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଉକ୍ତ ସ୍ମୃତିଚାରଣ ସଭାରେ ଯୋଗଦେଇ ରମ୍ଭାମଣୀଙ୍କର ସ୍ମୃତିଚାରଣ କରିଥିଲେ ।

Advertisement