ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

321
ADVERTISEMENT

ବାଲେଶ୍ଵର,୨୫/୧(ନରେନ୍ଦ୍ର ପ୍ରସାଦ ବେହେରା):ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବେଗୁନିଆ(ଅଡା) ୟୁଜିଏମଇ ସ୍କୁଲରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ମୃତିରେଖା ଟ୍ରଷ୍ଟ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ସେଣ୍ଢଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଦାମୋଦର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ସ୍ମୃତିରେଖାର ଅମର ଆତ୍ମାର ସଦଗତି କାମନା ନିମନ୍ତେ ସ୍ମୃତିଚାରଣ କରାଯାଇଥିଲା । ଛବାଟିଆ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ବାର୍ଷିକ କ୍ରୀଡାରେ ଉନ୍ନୀତ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ପ୍ରୋତ୍ସାହିତ କରିଥିଲେ ।

ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାୟାଧର ଦାସ,ବିନୋଦିନୀ ମହିଳା ମହାବିଦ୍ୟାଳୟ ବାଙ୍ଗିରିପୋଷିର ଇଂରାଜୀ ଅଧ୍ୟାପିକା କଳ୍ପନା ପାଢୀ, ଔପଦା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଦ୍ୱାରିକାନାଥ ଶତପଥୀ, ସିଆରସିସି ସୁରେନ୍ଦ୍ର ନାଥ ବେହେରା, ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ସୁରେନ୍ଦ୍ର ପ୍ରସାଦ ସେଣ୍ଡ,ବିଦ୍ୟାଳୟର ନୂତନ ଚେୟାର ପର୍ସନ ଚନ୍ଦନ କୁମାର ସେଣ୍ଡ,ସ୍ଥାନୀୟ ସରପଞ୍ଚ ସସ୍ମିତା ତିଆଡି ଓ ସମିତିସଭ୍ୟା ମିତାରାଣୀ ତିଆଡି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଉକ୍ତ ଉତ୍ସବର ଶୁଭକାମନା କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବାର୍ଷିକ କ୍ରୀଡାରେ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ପ୍ରତାପ ଚନ୍ଦ୍ର ଲେଙ୍କା, ବିଷ୍ଣୁପ୍ରିୟା ଦେଇ,ପ୍ରତିଭା ମହାନ୍ତି, ପୌରୁଦ୍ଧିନ୍ ଖାଁ ,ମୁକେଶ କୁମାର ସାହୁ ପ୍ରମୁଖ ସହାୟତା କରିଥିଲେ । ଶେଷରେ ଶିକ୍ଷକ ପ୍ରତାପ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ବରରୁ ଙ୍କ ରିପୋର୍ଟ

Advertisement