ବହିଷ୍କାର ନେଇ ସେବାୟତଙ୍କ ଗୁଣ୍ଡାରାଜ,ଥାନାରେ ଅଭିଯୋଗ

418
ADVERTISEMENT

ବାଲେଶ୍ଵର,୨୨/୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସିମୁଳିଆ ଥାନା ଜଳଙ୍ଗଗଣ୍ଡିବେଡ ଚଣ୍ଡି ଠାକୁରାଣୀ ପୀଠର ସେବାୟତକୁ ବହିଷ୍କାର ଘଟଣାରେ ଉପୁଜିଥିବା ସମସ୍ୟାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ଯାହା ଜଣାପଡିଛି-ସେବାୟତ ଅନ୍ନପୂର୍ଣ୍ଣା ତିଆଡି ସେବାୟତ ଭାବରେ କାର୍ଯ୍ୟ କରିଆସୁଥିଲେ । ଏହି ସମୟରେ ଶ୍ରୀମତୀ ତିଆଡି ଠାକୁରାଣୀଙ୍କ ନୀତି ନିୟମରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ହିନ୍ଦୁ ଦେବୋତ୍ତର ଆଇନକୁ ଅବମାନନା କରୁଥିଲେ । ଠାକୁରାଣୀଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମିଥ୍ଯା ସତ୍ଯପାଠ କରି ଠାକୁରାଣୀଙ୍କ ବିଜେସ୍ଥଳିକୁ ନିଜ ନାମରେ ମାଲିକାନା କରାଇନେବା ପାଇଁ ମସୁଧା କରୁଥିଲେ , ଚିଟ୍ କରି ଠାକୁରାଣୀ ଜମି ଓ ରାସ୍ତାକୁ ଅବରୋଧ କରିବାହେତୁ ବାରମ୍ବାର ଟ୍ରଷ୍ଟ ବୋର୍ଡକୁ ଅବମାନନା କରୁଥିଲେ । ସେଥିପାଇଁ ସରକାରଙ୍କ ନିୟମ ଅନୁସାରେ ରେଜେଷ୍ଟ୍ରି ଡାକ ଯୋଗେ କାରଣ ଦର୍ଶାଅ ନୋଟିସ(୩ଗୋଟି) ଶ୍ରୀମତୀ ତିଆଡିଙ୍କ ଘରକୁ ପଠାଇ ଶେଷରେ ତାଙ୍କୁ ଟ୍ରଷ୍ଟବୋର୍ଡ ବହିଷ୍କାର କରିଥିଲା । ଏହାକୁ ନେଇ ଶ୍ରୀମତୀ ପଣ୍ଡାଙ୍କ ସ୍ବାମୀ ରମେଶ ଚନ୍ଦ୍ର ପଣ୍ଡା, ସଞ୍ଜୟ ପଣ୍ଡା,ଧନଞ୍ଜୟ ପଣ୍ଡା ଓ ତୁଳସୀ ପଣ୍ଡାଙ୍କ ସପରିବାର ଠାକୁରାଣୀଙ୍କ ପୂଜାରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ବିଭିନ୍ନ ପ୍ରକାର କୁଭାଷା, ଗାଳିଗୁଲଜ ଓ ଧମକଚମକ ଦେଇଥିବା ନେଇ ସିମୁଳିଆ ଥାନାରେ ଟ୍ରଷ୍ଟ ବୋର୍ଡ ଅଭିଯୋଗ କରିଛି । ପ୍ରକାଶ ଥାଉକି ଏଥିପୂର୍ବରୁ ଅନେକ ଥର ମଧ୍ୟ ତାଙ୍କ ନାମରେ ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗର କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।

Advertisement