ମା’ ଅମ୍ବିକା ବିଶ୍ଵକଲ୍ଯାଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

225
ADVERTISEMENT

ବାଲେଶ୍ଵର,୨୧ା୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ମା’ ଅମ୍ବିକା ଆଶ୍ରମ ପରିସରରେ ମା’ ଅମ୍ବିକା ବିଶ୍ଵକଲ୍ଯାଣ ସାହିତ୍ୟ ସଂସଦର ସପ୍ତବିଂଶତମ ସାମ୍ବତ୍ସରିକ ସାରସ୍ବତ ସମାରୋହ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ଆଶ୍ରମର ବାବା ଶୁଭେନ୍ଦୁମୁନି ଉଦାସୀନ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ପାହାଚ ସଭାରେ ସଭାପତି ଶରତ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ.ଶରତ ଚନ୍ଦ୍ର ମହାନ୍ତି ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ତିନିଗୋଟି ପାହାଚରେ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ପ୍ରଥମ ପାହାଚ ତଥା କବିବର ମଞ୍ଚରେ ବିଭିନ୍ନ ସ୍ଥାନରୁ ଆସିଥିବା କବି କବୟିତ୍ରୀମାନେ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ । ଆଗରପଡା ଓ ବାଲେଶ୍ବରରୁ ଦାଶରଥି ଜେନା ଏବଂ ସନ୍ଯାସୀ ପାତ୍ର ସଂଯୋଜନା କରିଥିବା ବେଳେ ସୁଦୂର କରଞ୍ଜିଆ ରଘୁନାଥ ମହାବିଦ୍ୟାଳୟର ଅଧ୍ଯକ୍ଷ ଡ. ଭାଗବତ ଲେଙ୍କା ସମୀକ୍ଷକ ଭାବେ ଯୋଗଦେଇ କବିତା ଗୁଡିକୁ ସମୀକ୍ଷା କରିଥିଲେ । ସେହିପରି ଦ୍ବିତୀୟ ତଥା ବ୍ଯାସକବି ମଞ୍ଚରେ ସମ୍ପ୍ରତି ଉତ୍ତର ଆଧୁନିକ କବିତାର ଦିଗ ଓ ଦିଗନ୍ତ ଶୀର୍ଷକ ଉପରେ ଆଲୋଚକ ମାନଙ୍କ ଆଲୋଚନା ପରେ ବିଭିନ୍ନ ପ୍ରତିଭା ଓ ବରିଷ୍ଠ ନାଗରିକ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନଙ୍କ ଦ୍ବାରା ସଂସଦର ମୁଖପତ୍ର କଲ୍ଯାଣ ଉନ୍ମୋଚିତ ହୋଇଥିଲା । ତୃତୀୟ ତଥା ଶେଷ ପାହାଚ ଥିଲା କାନ୍ତକବି ମଞ୍ଚ । ଏହି ମଞ୍ଚରେ ବିଦ୍ଯାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କବିତା ପ୍ରତିଯୋଗିତା ହୋଇଥିଲା । ଏଥିରେ ମଧ୍ୟ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିପରି ବିଭିନ୍ନ ପାହାଚରେ ବିଭିନ୍ନ ସଭାପତି ଓ ଅତିଥିମାନଙ୍କ ଦ୍ବାରା ଦିବସବ୍ଯାପୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସଂସଦର ସମସ୍ତ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନନ୍ତ କିଶୋର ଉପାଧ୍ଯାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement