ବାଲେଶ୍ଵର,୨୦ା୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ନୋଡାଲ ବିଦ୍ଯାଳୟର ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ଯାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ଯଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଭୁବନେଶ୍ୱରର ପୂର୍ବତନ ଉପନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା, ଅନ୍ତରା ମହତୀପୁର ସରକାରୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ କୃତ୍ତିବାସ ପଣ୍ଡା ଓ ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ନାୟକ ସମ୍ମାନିତ ବକ୍ତା , ସମ୍ମାନିତ ଅତିଥିଭାବେ ବିଦ୍ଯାଳୟର ପୁରାତନ ଛାତ୍ର ପରିଷଦର ସଭାପତି ମାୟାଧର ନାୟକ ଓ ସମ୍ପାଦକ ବିଶ୍ଵନାଥ ପୃଷ୍ଟି ପ୍ରମୁଖ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ଅଳକାରାଣୀ ଗିରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମଞ୍ଚ ଆହ୍ବାନ କରିଥିଲେ ପ୍ରଭାତୀ,ଶୁଭଲକ୍ଷ୍ମୀ ଓ ପାର୍ଥ । ବେଦପାଠ କରିଥିଲେ ଜଗବନ୍ଧୁ ତ୍ରିପାଠୀ । ଅଳକାରାଣୀ ଗିରି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆକାକ୍ଷା ରାଉଓ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ୨୦୧୯ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ମଞ୍ଜରୀ ପ୍ରଭା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।