ବାଲେଶ୍ବର,୨୦ା୧(ନରେନ୍ଦ୍ର ପ୍ରସାଦ ବେହେରା): କୁଳଡିହା ଅଭୟାରଣ୍ୟରେ ଚାଲିଛି କାଠ ମାଫିଆଙ୍କ ଆତଙ୍କ ରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆ ମାନେ ଅଭୟାରଣ୍ୟାର ବହୁ ମୁଲ୍ୟବାନ ଗଛ କାଟି ରାଜ୍ୟବାହାରକୁ ଚାଲାଣ କରୁଛନ୍ତି । ବନ ବିଭାଗର ନିଷ୍କ୍ରିୟତା ଯୋଗୁ ଏହି ଆନ୍ତରାଜ୍ୟ କାଠ ମାଫିଆମାନେ ଅଭୟାରଣ୍ୟକୁ ସଫା କରିବାକୁ ବସିଲେଣି । ଏହା ଛଡା ବନ୍ୟଜନ୍ତୁ ଶିକାର କରି ଦାନ୍ତ,ଚମଡା,ମାଂସ ମଧ୍ୟ ବେସ ଆରମର ଏହି ଅନ୍ତରାଜ୍ୟ ଲୁଟେରା ମାନେ ଚାଲାଣ କରୁଥିବାର ଅନେକ ସମୟରେ ଜାଣିବାକୁ ମିଳିଛି । ଯାହାକି କିଛି ଜାଣି ପାରୁ ନହିଁ ବନ ବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଅଧିନ ସୋର ବନାଞ୍ଚଳ ଔପଦା ବ୍ଲକ ଗଡସାହି ଫରେଷ୍ଟର ବିଟ୍ ଅଧିନରେ ଥିବା ରାଣୀପୋଖରୀ କୁଳଡିହା ଅଭୟାରଣ୍ୟରେ । ଦୀର୍ଘ ଦିନ ହେବ ଆନ୍ତରାଜ୍ୟ କାଠ ମାଫିଆ ମାନେ ଏହି ଅଭୟାରଣ୍ୟରୁ ବେଆଇନ ବେଧଡକ ଭାବେ ବହୁ ମୁଲ୍ୟବାନ ଗଛ କାଟି ଚାଲାଣ କରିବାରେ ଲାଗିଛନ୍ତି । ଔପଦା ବନ ବିଭାଗର ନିସ୍କ୍ରିୟତା ଯୋଗୁ କାଠ ମାଫିଆ ମାନେ କୁଳଡିହା ଜଙ୍ଗଲ ମଧ୍ୟରେ ନିଜର ଆତଙ୍କ ରାଜ ଚଳାଇଛନ୍ତି । ଜଙ୍ଗଲରେ ଥିବା ବହୁ ମୁଲ୍ୟବାନ ଗଛ ଶାଳ ,ପିଆଶାଳ,କଇମ,କୁସୁନ, ବେଲ, ଗମ୍ବାରି, କୁଦମ୍ବ ଭଳି ଗଛ ଚାଲାଣ କରୁଛନ୍ତି ଏବଂ ବର୍ତ୍ତମାନ ସମୟରେ ଆହୁରି ଗୋଟିଏ ଆର୍ଶ୍ଚଯ୍ୟ ଚକିତ କଳା ଭଳି ଚିତ୍ର ସାମ୍ନାକୁ ଆସିଛି ଯେ ଏହି ସଂଗ୍ରକ୍ଷଣ କୁଳଡିହା ଅଭୟାରଣ୍ୟର ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ହୋଇଥିବାରୁ କାଠ ଚାଲାଣ କରିବା ରାସ୍ତାରେ ତନଖି ଫାଠକ ଥିବା ହେତୁ ବହୁ ବାଧା ଉପୁଜୁଛି ।
ଯେଉଁଥି ପାଇଁ କାଠ ମାଫିଆ ମାନେ ଏହି ଅଭୟାରଣ୍ୟର ଥିବା ପଦ୍ମପୋଖରୀ ଓ ରାଣୀପୋଖରୀ ପାହଡର ପାଦ ଦେଶର ଜଙ୍ଗଲରେ ଦୀର୍ଘ ଦୁଇ ୨କିଲୋ ମିଟରରୁ ଉର୍ଦ୍ଦ ରାସ୍ତା ନିର୍ମାଣ କାମ ଚାଲିଛି । ହଜାର ହଜାର ସଂକ୍ଷକ ବହୁ ମୁଲ୍ୟବାନ ଗଛ ମଧ୍ୟ କାଟି ଚାଲଣ ହେଉଥିବାର ଜାଣିବାକୁ ମିଳିଛି । ଏହା ସହିତ ଜଙ୍ଗଲ ମଧ୍ୟରେ ଅନେକ ଜୀବ ଜନ୍ତୁଙ୍କୁ ମାରି ତାଙ୍କ ଦାନ୍ତ,ଚମଡା,ମାଂସ ଚାଲଣ ହେଉଥିବାର ମଧ୍ୟ ଅନେକ ସମୟେ ଶୁଣାଯାଇଛି । କିନ୍ତୁ ବନ ବିଭାଗ ଏହା କିପରି ଜାଣି ପାରୁ ନାହିଁ ତାହା ବର୍ତ୍ତମାନ ସମୟରେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲି ସେତିକି ନୁହଁ ଜଙ୍ଗଲ ମଧ୍ୟରେ ରହିବା ପାଇଁ ସୁବିଧା କରାଯାଇଛି ରୋଷେଇ ପାଇଁ ଚୁଲି ମଧ୍ୟ ହୋଇଛି । ତେବେ ପ୍ରଶ୍ନ ଉଠୁଛି ବନ୍ୟଜନ୍ତୁ ସଂଗ୍ରକ୍ଷଣ ଅଭୟାରଣ୍ୟ ଭିତରକୁ ବିନା ଅନୁମତିରେ ପ୍ରବେଶ ନିଷେଧ ଥିବା ବେଳେ ଏହି କାଠ ମାଫିଆ ମାନେ କିପରି ଭାବରେ ତାଙ୍କର ଜଙ୍ଗଲ ରାଜ ଚଳାଇଛନ୍ତି ତାହା ବର୍ତ୍ତମାନ ସମୟରେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ସନ୍ଦେହ ଘେରକୁ ଟାଣିଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ରାଜ କୋଷରୁ କୋଟି କୋଟି ଟଙ୍କା ଅଭୟାରଣ୍ୟ ତଥା ବନ୍ୟଜନ୍ତୁଙ୍କୁ ସୁରକ୍ଷା ଉଦ୍ଧେଶ୍ୟରେ ବ୍ୟୟ ବରାଦ ହେଉଥିବା ବେଳେ ଏଭଳି ଚିତ୍ର ସାଧାରଣରେ ସାମ୍ନାକୁ ଆସିବା ପରେ ବନ ବିଭାଗ ଓ କାଠ ମାଫିଆଙ୍କ ମଧ୍ୟରେ ଥିବା ଭିତିରି ସଂମ୍ପର୍କର ଗୁମର ଖୋଲିଦେଇଛି । ଏବାବଦରେ ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିନାହିଁ ।