ଏକ ଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

302
ADVERTISEMENT

ବାଲେଶ୍ବର,୧୮/୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସେରପୁର ଗ୍ରାମ ଷ୍ଟାଡିୟମରେ ଶିବଶକ୍ତି ୟୁଥ କ୍ଳବ୍ ତରଫରୁ 23ତମ ଏକ ଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ଆଠଟି ଦଳ ସାମିଲ୍ ହୋଇଥିବା ବେଳେ ଚୁନନଟି ଏକାଦଶ ବିଜୟ ମୁକୁଟ ପିନ୍ଧିଛି । ମୁଖ୍ୟ ଅତିଥି ଭାବେ ଗ୍ରାମର ବାୟୋଜ୍ୟେଷ୍ଠ ନାଗରିକ ବଂଶୀଧର ସାହୁ ଯୋଗଦେଇ ଉଦ୍ଘାଟନ କରିଥିଲେ । ଖେଳ ଶେଷରେ ଅତିଥି ଜନହିତ ଯୁବକ ସଂଘର ସଭାପତି ଓ ଅମୂଲ୍ୟ ରଞ୍ଜନ ବିନ୍ଧାଣି (ଭାରତୀୟ ଆର୍ମି) ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଶିବଶକ୍ତି ୟୁଥ୍ କ୍ଲବ୍ ସେରପୁର ତରଫରୁ ଏକ ଭୋଜିର ଆୟୋଜନ କରାଯାଇଥିଲା । ଖେଳ ସୁଚାରୁ ରୂପେ ପରିଚାଳନା କରିଥିବାରୁ ଶିବଶକ୍ତୀ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟଙ୍କୁ ସମ୍ପାଦକ ଭକ୍ତ ଚରଣ ସ୍ୱାଇଁ ଧନ୍ୟବାଦ୍ ଜଣାଇଛନ୍ତି ।

Advertisement