ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

210
ADVERTISEMENT

ବାଲେଶ୍ଵର,୧୮/୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ନିକଟସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ସଭାପତି ଉମେଶ ଚନ୍ଦ୍ର ନାୟକ । ପରେ ପରେ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଇରା କଲେଜ ଅଧ୍ଯକ୍ଷ ପ୍ରମୋଦ କୁମାର ଉପାଧ୍ଯାୟ, ମୁଖ୍ୟ ବକ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର, ସମ୍ମାନିତ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଦର୍ଶନ ରାଉତ,ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ କଲ୍ଯାଣୀ ଖଟୁଆ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ରମେଶ ଚନ୍ଦ୍ର ସାହୁ । ଅତିଥିମାନଙ୍କ ଦ୍ବାରା ଅନୁଷ୍ଠାନର ମୁଖପତ୍ର ବିବେକାମୃତ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଵା ସହିତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ମାତୃମାନଙ୍କୁ ମଧ୍ଯ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ଗୁରୁଜୀ ଓ ଗୁରୁମା ବାସନ୍ତୀ ଲତା ଜେନା,ରୀତାରାଣୀ ନାଥ,ପ୍ରିୟଙ୍କା ବିଶ୍ଵାଳ, ଦୀପାଞ୍ଜନା ସାମଲ,ରଞ୍ଜିତା ପାତ୍ର,ଶୁଭଲକ୍ଷ୍ମୀ ପାଢୀ,ଶିବ ପ୍ରସାଦ ଦାସ,ବନମାଳି ବେହେରା, କ୍ରୀଷ୍ଣାରାଣୀ ଜେନା ଓ ରାଜଲକ୍ଷ୍ମୀ ପୃଷ୍ଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବନମାଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ବାରିକଙ୍କୁ ଜଣେ ଛାତ୍ର ଵତ୍ସଳ, ଅନୁଷ୍ଠାନ ପ୍ରେମୀ,ସରଳ,ମିଷ୍ଟଭାସୀ,କାର୍ଯ୍ୟଦକ୍ଷତା ଓ ଆଦର୍ଶ ଶିକ୍ଷକ ଭାବରେ ମାନପତ୍ର ଦେଇ ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।।

Advertisement