ବାଲେଶ୍ୱରରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ

393
ADVERTISEMENT

ବାଲେଶ୍ୱର,୧୭/୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ଠାରେ ଥିବା ପଞ୍ଚାୟତ ସମିତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଅନିତାରାଣୀ ନାୟକ,ଏନ୍ ଏସ୍ ଏସ୍ ର ପ୍ରୋଗ୍ରାମ ଅଧିକାରିଣୀ ଜ୍ୟୋସ୍ନା ବାଳା ଦାସ ଏବଂ ଯୁବ ରେଡକ୍ରସ୍ ସଂଯୋଜିକା ଅଳକାନନ୍ଦା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜାତୀୟ ସେବା ସଂସ୍ଥାର ୭୦ ଓ ଯୁବ ରେଡକ୍ରସ୍ର ୨୫ ସ୍ବେଚ୍ଛାସେବୀ ସୋର- କୁପାରୀ ରାସ୍ତାରେ ହେଲମେଟଧାରୀଙ୍କୁ ଗୋଲାପ ଫୁଲ ଓ ବିନା ହେଲମେଟଧାରୀଙ୍କୁ ସତର୍କତା ମୂଳକ ବାର୍ତ୍ତା କରିଥିଲେ । ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପିଲାମାନଙ୍କ ନିକଟରେ ପହଞ୍ଚି ତାଙ୍କୁ ଉତ୍ସାହିତ କରିବା ସହିତ ସଡ଼କ ସୁରକ୍ଷାର ବିଭିନ୍ନ ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ମମତାମୟୀ ପଣ୍ଡା, କ୍ରୀଷ୍ଣା କୁମାରୀ ଖଟୁଆ, ସୁଲୋଚନା ଦାସ, ରମା ଦାସ, କସ୍ତୁରୀ ଦାସ, ପ୍ରମୁଖ ପିଲାମାନଙ୍କ ସହ ମିଶି ଲୋକମାନଙ୍କୁ ସଚେତନ କରାଇଥିଲେ । ମହିଳା କଲେଜ ଅଧ୍ୟକ୍ଷା ଅନିତାରାଣୀ ନାୟକ ପୋଲିସ ସହାୟତା ପାଇଁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଜଣେ ହେଲେ ପୋଲିସ କର୍ମଚାରୀ ନ ଆସିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୈଧୁରୀଙ୍କୁ ନିବେଦନ କରିଛନ୍ତି ଯେ ବିନା ହେଲମେଟଧାରୀଙ୍କୁ ଧରିବାସହ ସୋର- କୁପାରୀ ରାସ୍ତାରେ ଦଶ ଚକିଆ ଯାନ ଓଭର ଲୋଡ ଓ ବିନା ବ୍ଯବସାୟୀକ ବୋଲୋର ଯାନ ଗୁଡିକୁ ଯାଞ୍ଚ ନିମନ୍ତେ ଆରଟିଓ ଅଫିସରୁ ଏମଭିଆଇ କର୍ମଚାରୀଙ୍କୁ ପଠାଇଲେ ବିନା ଅଣବ୍ଯବସାୟୀ ବୋଲୋର ଗୁଡିକ ସ୍କୁଲର ପିଲାମାନଙ୍କୁ ନେବା ଆଣିବା ବନ୍ଦ ହୋଇପାରନ୍ତା ବୋଲି ମନ୍ତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।

Advertisement