ବାଲେଶ୍ବର,୧୫।୧(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଅନ୍ତରା ଠାରେ ଥିବା ଅଗଣି ନରେନ୍ଦ୍ର ଜୁନିଅର ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ବି ଜେ ବି କଲେଜ ଭୁବନେଶ୍ବର ଏବଂ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅଟଳ ବିହାରୀ ନାୟକ, ସମ୍ମାନିତ ଅତିଥି ଭାବେ ଉପସଭାପତି ବାଲେଶ୍ୱର ଜିଲ୍ଲା ପରିଷଦର ଗୈରାଙ୍ଗ ଚନ୍ଦ୍ର ପାଢ଼ୀ, ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ମହାପାତ୍ର, ସମ୍ମାନିତ ଅତିଥି ଅନ୍ତରା ଗ୍ରାମ ପଞ୍ଚାୟତ ସରପଞ୍ଚ ଅନନ୍ତ କିଶୋର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ସକାଳ ୧୧ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେଥିମଧ୍ୟରୁ ସର୍ବୋପରି ସମ୍ବଲପୁରୀ ନୃତ୍ୟ ଓ ଭୁବନେଶ୍ୱର କଳାପରିଷଦର ମନୋରଞ୍ଜନ କାର୍ଯ୍ୟକ୍ରମ ଲୋକମାନଙ୍କୁ ବେଶ୍ ଆକର୍ଷଣ କରିଥିଲା ।
