ବାଲେଶ୍ଵର,୧୧।୧(ଡ଼ି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କାକୁଡ଼ିଅମ୍ବା ବିସ୍ଥାପିତ କଲୋନୀ, ରୁଗୁଡିହୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଆଇଚଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ନିଖିଳ ଉତ୍କଳ ପ୍ରାଥମିକ ସଂଘ,ତେଲକୋଇ ଶାଖାର ସଭାପତି ବିରଞ୍ଚି ନାରାୟଣ ଶତପଥୀ ସଭାପତିତ୍ୱ କରିଥିବା ବେଳେ ସିଆରସିସି ଡିମିରିଆ ଗୋବର୍ଦ୍ଧନ ପାତ୍ର ମୁଖ୍ୟ ଅତିଥି,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ତେଲକୋଇ ଶାଖା ଉପସଭାପତି ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା, ଉକ୍ତ ସଂଘ ସମ୍ପାଦକ ଦେବାନନ୍ଦ ସାହୁ,ବରିଷ୍ଠ ଶିକ୍ଷକ ଗୋବର୍ଦ୍ଧନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । କେନ୍ଦ୍ରାଧୀନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କୋହଭରା ଶୁଭେଚ୍ଛା ଶ୍ରୀ ସେନାପତି ଓ ନନ୍ଦକିଶୋର ସାହୁଙ୍କ ଅଶ୍ରୁଭରା ମର୍ମସ୍ପର୍ଶୀ ବିଦାୟୀ ସଂଗୀତ କିଛି ମୁହୂର୍ତ୍ତକୁ ଶୋକରେ ଆର୍ଦ୍ର କରିବା ସଙ୍ଗେ ସଙ୍ଗେ ମୁଖ୍ୟ ବକ୍ତା ଓ ଅତିଥି ମାନଙ୍କ ଆତ୍ମୀୟତା ପୂର୍ଣ୍ଣ ସନ୍ଦର୍ଭ ଅମୃତବାଚନ ସଭିଙ୍କୁ ଲୁହରେ ଭିଜେଇ ଦେଇଥିଲା । ବିଦାୟୀ କୃତୀ,ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ପ୍ରେମାନନ୍ଦ ଆଇଚ ମହୋଦୟଙ୍କ ଦରଦୀ କଣ୍ଠରୁଦ୍ଧ ବାଚନ ଅତି ମାର୍ମିମ ଓ ହୃଦୟସ୍ପର୍ଶୀ ଥିଲା ।ଡିମିରିଆ ସି.ଆର.ସି.ସି. ଓ ଉପର ଲିଖିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଶ୍ରଦ୍ଧ ଉପଢୌକନ ଦିଆଯିବା ସଂଗେ ସଙ୍ଗେ ସଭିଙ୍କ ବ୍ୟକ୍ତିଗତ ସପ୍ରେମ ପୁଷ୍ପଗୁଚ୍ଛ ତଥା ଶିକ୍ଷୟିତ୍ରୀ ଇନ୍ଦୁମତୀ ସାହୁ,ଆରତୀ ନାୟକ ଓ ପ୍ରିୟଦର୍ଶିନୀ ସାହୁଙ୍କ ପୁଷ୍ପଗୁଚ୍ଛ ପ୍ରଦାନ ସହ ଶିକ୍ଷକ ମଧୁସୂଦନ ସାହୁ,ଦୁର୍ଯ୍ୟୋଧନ ନାୟକଙ୍କ ଶୁଭେଚ୍ଛା ପୂର୍ଣ୍ଣ ଅଭିନନ୍ଦନ ସମ୍ପର୍କର ଲହରୀ ଖେଳାଇଥିଲା । ଶିକ୍ଷକ ଉଦୟ କୁମାର ପ୍ରଧାନ ଶୁଭ ମନ୍ତ୍ରପାଠ ସହ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘନଶ୍ୟାମ ମହାନ୍ତ,ରଙ୍ଗାଧର ନାୟକ,ପ୍ରଶାନ୍ତ କୁମାର ମହାନ୍ତ,ହେମନ୍ତ ଖୁଣ୍ଟିଆ ସହ ଅନ୍ୟୁନ ଚାଳିଶିରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଶିଶୁଗଣ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କୁ ଶୁଭ କାମନା ଜ୍ଞାପନ କରିଥିଲେ । ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ଵେହେରା ଉକ୍ତ ଅବସରକାଳୀନ ସଭାରେ ଯୋଗଦେଇ ଶ୍ରୀ ଆଇଚ ଜଣେ ଆଦର୍ଶ ଶିକ୍ଷକ, ମେଳାପୀ, ମିଷ୍ଟଭାସୀ,ଉଦାର ହୃଦୟେଷୁ, ସୁବ୍ଯବହରରେ ସମସ୍ତଙ୍କୁ ନିଜର କରିପାରିଥିଲେ ଯାହାକି ଅନୁଷ୍ଠାନ ତାଙ୍କୁ ଚିରଦିନ ପାଇଁ ମନେ ରଖିଥିବ ଏବଂ ତାଙ୍କର ଆଦର୍ଶକୁ ଅନୁଷ୍ଠାନ କେବେଵି ଭୁଲିପାରିବ ନାହିଁ ଵୋଲି ବକ୍ତବ୍ଯ ପ୍ରଦାନ କରିଥିଲେ ।