ବାଲେଶ୍ୱରରେ ଗୋଟିଏ ରାତିରେ ୪ଟି ମନ୍ଦିରକୁ ଲୁଟିଲେ ଦୁର୍ବୃତ୍ତ

239
ADVERTISEMENT

ବାଲେଶ୍ୱର,୮।୧(ଡି.ଏଚ ):ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ପଞ୍ଚାୟତରେ ଗୋଟିଏ ରାତିରେ ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ସ୍ଥାନୀୟ ବଉଳାଶୁଣି ମନ୍ଦିର, ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ମାଉସୀମା ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଲୁଟେରାମାନେ ଠାକୁରଙ୍କ ୫ଟି ରୁପା ମୁକୁଟ, ୧୦ଟି ସୁନା କଲରା, ଗୋଟିଏ ମଙ୍ଗଳସୂତ୍ର, ୪ଟି ରୁପାବଳା, ୩ଟି ବଂଶୀ, ୨ଟି ରୁପାଚିତା ସମେତ ଦାନବାକ୍ସ ଲୁଟି ନେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ଖଇରା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement