ଗଛ କଟାକୁ ନେଇ ତେଜିଲା ଅସନ୍ତୋଷ

291
ADVERTISEMENT

ବାଲେଶ୍ୱର,୩/୧(ଡି.ଏଚ/ନରେନ୍ଦ୍ର ବେହେରା ): ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଞ୍ଚଳରେ କଞ୍ଚା ଗଛ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗଢୁଛନ୍ତି । ସଂଗଠନ ମାଧ୍ୟମରେ କେତେକ ବ୍ୟକ୍ତି ତଥା ପରିବେଶବିତ୍ ମାନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ପ୍ରତି ବୃକ୍ଷ ରୋପଣ କରୁଥିବା ବେଳେ କିଛି ଭିନ୍ନ ଧରଣର ବ୍ୟକ୍ତିଙ୍କ ଦ୍ବାରା ବିଭିନ୍ନ ମୂଲ୍ୟବାନ ଗଛ କଟା ଯିବା ନେଇ ବୁଦ୍ଧିଜୀବୀ ଓ ପରିବେଶବିତ୍ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଘଟଣାରୁ ଜଣାଯାଇଛି ଯେ ଖଇରା ତହସିଲ ଅଧିନରେ ସାରଡାଙ୍ଗ ପଞ୍ଚାୟତ ଆମ୍ବଗଡ଼ିଆ ମେଳନ ପଡିଆ ଓ ନଦୀ ପଠାରେ ଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କଟାଯାଇଥିବା ଦେଖିବାକୁ ମିଳିଛି । କଟାଯାଇଥିବା ଗଛଗୁଡ଼ିକ ମଧ୍ୟରେ ନିନ୍ଦ୍ରାବତୀ, ଅସ୍ବତ୍ଥ,ବର, ଶିରିଷା ଭଳି ଅନେକ ଲଘୁ ବନଜାତ ମୂଲ୍ୟବାନ କଞ୍ଚା ଗଛ କଟାଯାଇଛି । ଉକ୍ତ ଗଛଗୁଡ଼ିକ ଅତି ମୂଲ୍ୟବାନ ହୋଇ ଥିଲେ ମଧ୍ୟ କିଏ କାହିଁକି ଓ କାହା ପରାମର୍ଶରେ ୨୦/୨୫ଟି ବିରାଟକାୟ ଗଛ ଗୁଡ଼ିକ କାଟିଛି, ତାହା ଜଣାପଡ଼ି ନାହିଁ । ଏ ସମ୍ପର୍କରେ ସାଉଣ୍ଡିଆ ଆର ଆଇ ଶୁଭଶ୍ରୀ ସାମଲଙ୍କୁ ଯୋଗାଯୋଗ କରିବାରୁ ଗଛଗୁଡ଼ିକ ଜବତ କରି ତାଙ୍କ ନିଜ ଦ୍ବାୟତ୍ବରେ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର ଆଇ ଶ୍ରୀମତୀ ସାମଲ କହିଛନ୍ତି । ଏ ଘଟଣା ଵାବଦରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ଆର ଆଇଙ୍କୁ ପଠାଇ କଟାଯାଇଥିବା ଗଛଗୁଡ଼ିକ ଜବଦ କରାଯାଇଛି ଏବଂ ଚିଠି ମାଧ୍ୟମରେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଦିଆଯାଇଛି, ସେମାନଙ୍କ ତଦନ୍ତ ପରେ କଟା କଞ୍ଚାଗଛ ଗୁଡ଼ିକର ମୂଲ୍ୟ ଆକଳନ ହେବ ବୋଲି ତହସିଲଦାର ଶ୍ରୀ ସାହୁ କହିଛନ୍ତି ।

Advertisement