ବାଲେଶ୍ୱର,୨/୧(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ବର ଜିଲ୍ଲା ଖଇରା ଥାନା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥର ଓଝାପୋଖରୀ ଓ ଗଣ୍ଡିବେଡ ମଝି ଦାନ୍ତିଆ ନିକଟରେ ଭାରସ୍ଯାମ ହରାଇ ଏକ ମାରୁତି ଓମିନି ଗାଡି ନାଳ ପାରକରି ଧାନ ବିଲକୁ ଓଲଟି ପଡିଛି। ଗାଡିଟି ଗଣ୍ଡିବେଡରୁ ଖଇରାକୁ କୌଣସି ଏକ କାମରେ ଆସୁଥିଲା ବେଳେ ଘଟିଥିଲା ଘଟଣା ।

ଘଟଣା ସ୍ଥଳରେ ଅନ୍ଯ କୌଣସି ସାଧାରଣ ଲୋକଙ୍କର କ୍ଷତି ହୋଇନାହିଁ । ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଗାଡ଼ିର ଷ୍ଟେରିଙ୍ଗି ଫେଲ ହୋଇଥିବାର ଜଣାଯାଇଛି । ଦୁର୍ଘଟଣା ଗ୍ରସ୍ତ ଗାଡ଼ିର ନମ୍ବର WB 32E 3654 ମାରୁତି ଭ୍ୟାନ ଅଟେ । ଉକ୍ତ ଗାଡ଼ିରେ ଦୁଇ ଜଣ ଲୋକ ଥିଲ । ଦୁଇଜଣଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ପ୍ରଥମେ ଚିକିତ୍ସା ପାଇଁ ଭଦ୍ରକ ଓ ପରେ କଟକୁ ସ୍ଥାନାନ୍ତରିତ କରାଯାଇଛି ।