ପାନୀୟ ଜଳ ଯୋଗାଣ ନିର୍ମାଣ ଶେଷ ପୂର୍ବରୁ ପାଇପରୁ ପାଣି ଲିକ୍

453
ADVERTISEMENT

ବାଲେଶ୍ଵର,୨୬।୧୨(ଡି.ଏଚ/ନରେନ୍ଦ୍ର ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ୟୁକ ବ୍ଯାଙ୍କଠାରୁ ତୋରାଣିପଦା ଛକ ଆଡକୁ ଯାଇଥିବା ପାନୀୟ ଜଳ ପାଇପ ବିଛା କାର୍ଯ୍ୟ ଶେଷ ହେବା ପୂର୍ବରୁ ପାଇପରୁ ପାଣି ଲିକ୍ ହେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣିଲା ପରେବି କାର୍ଯ୍ଯାନୁଷ୍ଠାନ ଶୂନ୍ୟ । ଖଇରା ଗ୍ଯାସ ଅଫିସ୍ ଛକ ଓ ଖଇରା ପଞ୍ଚାୟତ ଛକ ନିକଟ ପାଣିନନା ହୋଟେଲ ପାଖରେ ପାଣି ଲିକ୍ ହେଉଥିବା ଦୃଶ୍ୟ ଦେଖିବାକୂ ମିଳିଛି । କାମ ନ ସରୁଣୁ ପାଣି ଲିକ୍ କ’ଣ ଲଜ୍ଯାର ବିଷୟ ନୁହେଁ କି ? ଏହା କ’ଣ ରାଜ୍ଯ ସରକାରଙ୍କ ୫ଟି ସଫଳତା ? ପାଣି ଲିକ୍ ହୋଇ ରାସ୍ତା ଉପରେ ଜଳ ଜମି ରହୁଛି ଅଥଚ ଗ୍ରାମ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରୁ ନାହିଁ । ପାଇପ୍ ଦ୍ବାରା ପ୍ରତି ଗ୍ରାମ,ପ୍ରତି ୱାର୍ଡ ଓ ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ଖଇରାରେ ପ୍ରହସନ ପାଲଟିଛି । ଠିକାଦାରଙ୍କ ମନମୁଖି କାମକୁ ବିଭାଗୀୟ ଅଧିକାରୀଙ୍କ ସମର୍ଥନ ହେତୁ ଦୃଷ୍ଟି ଆକର୍ଷଣ ପରେବି ରାଜ୍ୟ ସରକାରଙ୍କ ୫ଟିକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି । ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Advertisement